କନକ ବ୍ୟୁରୋ : ଭିକି ଓ କ୍ୟାଟ୍ରିନା ପରେ ବଲିଉଡର ଆଉ ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବଲିଉଡ ଅଭିନେତା ବା ଗୁଡ୍ଡୁ ଭେଇୟ୍ୟା ନାରେ ଜଣା ଯାଉଥିବା ଅଲି ଫଜଲ ଓ ବଲିଉଡର ଚୁଲବୁଲି ନାୟିକା ରିଚା ଚଡ୍ଡା ଆସନ୍ତା ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ୧୦ ବର୍ଷ ଧରି ଡେଟ କରିବା ପରେ ଶେଷରେ ବିବାହ କରିବେ ଅଲି ଓ ରିଚା । ଯାହାକୁ ନେଇ ଏବେ ମାୟାନଗରୀରେ ଖିୁବ ଚର୍ଚ୍ଚା ହେଉଛି ।

Advertisment

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଡିଉଡ ଅଭିନେତା ଅଲି ଫଜଲ ଓ ବଲିଉଡର ଚୁଲବୁଲ ନାୟିକା ରିଚା ଚଡ୍ଡା । ୧୦୧୨ ରେ ରିଲିଜ ହୋଇଥିବା ଫିଲ୍ମ ଫୁକରେ ରୁ ଦୁହେଁ ଦୁହିଙ୍କୁ ଭେଟିଥିଲେ । ଏବଂ ପ୍ରଥମ ଦେଖାରୁ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ରିଚା ଅଲିଙ୍କୁ ପ୍ରେମ ନିବେଦନ କରିଥିେଲେ । ଏବଂ ଅଲି ଫଜଲ ବା ଗୁଡ୍ଡୁ ଭେଇୟା ଏହାର ଉତ୍ତର ଦେବା ପାଇଂ ତିନି ମାସ ସମୟ ନେଇଥିଲେ ବୋଲି ରିଚା ଚଡ୍ଡା ଏକ ସାକ୍ଷାତକାର କହିଥିଲେ । ଏବଂ ସେବେଠୁ ଏମାନେ ସମ୍ପର୍କରେ ଅଛନ୍ତି ।

ଦୀର୍ଘ ୧୦ ବର୍ଷ ହେବ ଦୁହେଁ ଦୁହିଙ୍କୁ ଡେଟ କରୁଛନ୍ତି । ଗତ ବର୍ଷ ଏପ୍ରିଲ ମାସରେ ମଧ୍ୟ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ କରୋନା କାରଣରୁ ସବୁକିଛି ଉଲଟ ପାଲଟ ହୋଇଯାଇଥିଲା । ଆସନ୍ତା ମାର୍ଚ୍ଚ ମାସରେ ଫିଲ୍ମ ଫୁକରେ ୩ର ସୁଟିଙ୍ଗ ଶେଷ ହେବ । ଏବଂ ଏହା ପରେ ରିଚା ଓ ଅଲି ବିବାହ ବନ୍ଧନର ଆବଦ୍ଧ ହୋଇ ଜୀବନର ଏକ ନୁଆ ଅଧ୍ୟାୟ ଆରମ୍ଭ କରିବେ ।