ନଭେମ୍ବର ୧୯ ପରେ ‘ଏୟାର୍‌ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ, ଜୀବନ ବିପଦରେ ପକାନ୍ତୁ ନାହିଁ: ଶିଖ୍‌ମାନଙ୍କୁ ଚେତାଇଲେ ‘ଏସ୍‌ଏଫ୍‌ଜେ’ ମୁଖ୍ୟ

Advertisment
ନଭେମ୍ବର ୧୯ ପରେ ‘ଏୟାର୍‌ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ, ଜୀବନ ବିପଦରେ ପକାନ୍ତୁ ନାହିଁ: ଶିଖ୍‌ମାନଙ୍କୁ ଚେତାଇଲେ ‘ଏସ୍‌ଏଫ୍‌ଜେ’ ମୁଖ୍ୟ

କନକ ବ୍ୟୁରୋ: ଜୀବନ ବିପନ୍ନ ହେବାର ଆଶଙ୍କା ଥିବାରୁ ନଭେମ୍ବର ୧୯ ପରେ ‘ଏୟାର୍‌ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବା ଲାଗି କାନାଡାସ୍ଥିତ ‘ଶିଖ୍ ଫର୍‌ ଜଷ୍ଟିସ୍‌’ ସଙ୍ଗଠନ ଶିଖ୍‌ମାନଙ୍କୁ ସତର୍କ କରାଇ ଦେଇଛି। ନୂଆ ଭିଡିଓ ବାର୍ତ୍ତାରେ ‘ଶିଖ୍ ଫର୍‌ ଜଷ୍ଟିସ୍‌’ର ମୁଖ୍ୟ ଗୁରପତୱନ୍ତ ସିଂହ ପାନ୍ନୁନ୍‌ କହିଛନ୍ତି, ନଭେମ୍ବର ୧୯ରେ ‘ଏୟାର୍‌ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବାକୁ ଆମେ ଶିଖମାନଙ୍କୁ କହୁଛୁ। ବିଶ୍ୱବ୍ୟାପୀ ଅବରୋଧ କରାଯିବାକୁ ଥିବାରୁ ସେଦିନ ବିଶ୍ବର କୌଣସି ସ୍ଥାନକୁ ‘ଏୟାର୍‌ ଇଣ୍ଡିଆ’ ବିମାନ ଛଡ଼ାଯିବ ନାହିଁ। ଶିଖ୍‌ମାନେ ୧୯ ତାରିଖ ପରେ ‘ଏୟାର୍‌ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦିନ ହିଁ ‘ବିଶ୍ବ ଆତଙ୍କ କପ୍‌’ ଖେଳାଯିବ। ବିଶ୍ବକୁ ଦେଖାଇ ଦିଆଯିବ ଯେ ଭାରତରେ ଶିଖ୍‌ ସଂହାର ଘଟିଲା ଏବଂ ଭାରତ ହିଁ ଶିଖ୍‌ ସଂହାର କଲା। ଆମେ ପଞ୍ଜାବକୁ ସ୍ବାଧୀନ କରିବା ପରେ ଏହି ବିମାନ ବନ୍ଦରଗୁଡ଼ିକର ନାମ ହେବ ସହିଦ ବିୟନ୍ତ ସିଂହ ଓ ସହିଦ ସତୱନ୍ତ ସିଂହ ବିମାନ ବନ୍ଦର। ନଭେମ୍ବର ୧୯ ତାରିଖ ଦିନ ଦିଲ୍ଲୀର ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ବିମାନ ବନ୍ଦର’ ମଧ୍ୟ ବନ୍ଦ ରହିବ ଏବଂ ତା’ର ନାମ ପରିବର୍ତ୍ତନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe