କନକ ବ୍ୟୁରୋ: ନିକଟରେ କାନାଡାରେ ଖାଲିସ୍ତାନୀ ଲିଡର ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯିବା ପରେ ଥରହର ହେଲେଣି ‘ଶିଖ୍ ଫର୍ ଜଷ୍ଟିସ୍’ (ଏସଏଫ୍ଜେ) ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ । ଡରରେ କୌଣସି ଅଣ୍ଡରଗ୍ରାଉଣ୍ଡରେ ପନ୍ନୁ ଲୁଚିଛନ୍ତି ବୋଲି ସୂଚନା ରହିଛି ।

Advertisment

ନିକଟରେ ଖାଲିସ୍ତାନୀ ଲିଡର ହରଦୀପ ସିଂ, ପରମଜିତ୍ ସିଂ ପଞ୍ଜବାରଙ୍କ ହତ୍ୟା ଓ ବ୍ରିଟେନରେ ଅବତାର ସିଂହ ଖାଣ୍ଡାଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ଡରରେ ଥରହର ହେଲଣି ଏସଏଫଜେ ମୁଖ୍ୟ । ସେ ଆମେରିକା, କାନାଡା, ବ୍ରିିଟେନ୍,ଅଷ୍ଟ୍ରେଲିଆ ଓ ପାକିସ୍ତାନ ସମେତ ଅନ୍ୟ ଦେଶରେ କେଉଁଠି ଆତ୍ମଗୋପନ କରିଥିବା କୁହାଯାଉଛି । ହରଦୀପ ସିଂଙ୍କୁ ହତ୍ୟା ପରେ ଆମେରିକାରେ ରହୁଥିବା ଗୁରପତୱନ୍ତ ସିଂ ପନ୍ନୁ , ଯିିଏ କି ଖାଲିସ୍ତାନୀ ଗନମତ ସଂଗ୍ରହ ପରିଚାଳନା କରୁଛନ୍ତି ୩ ଦିନ ଧରି କେଉଁଆଡେ ଲୁଚିଛନ୍ତି ।