କନକ ବ୍ୟୁରୋ: ସାମ୍ନାକୁ ଆସିଲା ବାବାଙ୍କ କଳା କାରନାମା । ସଂପୃକ୍ତ ବାବା, ଜଣେ ୧୪ ବର୍ଷର ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖଇଥିବା ଅଭିଯୋଗ ହୋଇଥିଲା । ନାବାଳିକା ଜଣଙ୍କ ଗର୍ଭବତୀ ହେବା  ଜାଣିବା ପରେ ତାଙ୍କ ଏକ ଘରେ ବନ୍ଦ କରି ରଖିଥିଲେ ।  ନାବାଳିକା ଜଣଙ୍କ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ଏକଥା ସାମ୍ନାକୁ ଆସିବା ପରେ ସେଠାକାର କିଛି ମୁଷ୍ଠିମେୟ ଲୋକଙ୍କୁ ଟଙ୍କା ନେଇ ଘଟଣାକୁ ଚପାଇ ଦେବାକୁ ବାବା ଚେଷ୍ଟା କରିଥିଲେ । କିନ୍ତୁ ଉକ୍ତ ନାବଳିକାଙ୍କୁ ଆଜି  ସମନିତି ଶିଶୁ ଅଧିକାରୀ ଓ ପିପିଲି ପୁଲିସ ଉଦ୍ଧାର କରିଛନ୍ତି । ପୁରୀ ଜିଲ୍ଲା ପିପିଲି ଅରିଶଲ ପଂଚାୟତରୁ ଆସିଛି ଏଭଳି ଖବର । ବାବାଙ୍କୁ ଗିରଫ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।

Advertisment