ବଲିଉଡ୍ ଶିଳ୍ପରେ ଏବେ ଗୋଟିଏ ପରେ ଗୋଟିଏ ଯୌନ ନିର‌୍ୟାତନା ଘଟଣା ଲୋକ ଲୋଚନକୁ ଆସିବାରେ ଲାଗିଛି। ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିବା ପରେ ଏବେ ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିେରାଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ବଲିଉଡ୍ ଦୁନିଆରେ ଝଡ଼ ସୃଷ୍ଟି ହୋଇଛି।

Advertisment

publive-image

ସଦ୍ୟତମ ଘଟଣାକ୍ରମେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ବହଲ୍ଙ୍କ ବିେରାଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି, ଫିଲ୍ମ ‘କୁଇନ୍’ର ସୁଟିଂ ଚାଲିଥିବା ସମୟରେ ନିର୍ଦ୍ଦେଶକ ବିକାଶ ବହଲ୍ ତାଙ୍କୁ ଅନେକ ଥର ନିର‌୍ୟାତନା ଦେଇଥିଲେ। ବହଲ୍ ୨୦୧୪ରେ ବିବାହ କରିଥିଲେ ହେଁ ପ୍ରତ୍ୟେକ ରାତିରେ ନୂଆ ସାଥୀଙ୍କ ସହ ରାତ୍ରିଯାପନ କରୁଥିଲେ। ଅଧିକାଂଶ ରାତିରେ ସେ ପାର୍ଟି ଦେଉଥିଲେ ଏବଂ ମତେ ଆସିବାକୁ ବାଧ୍ୟ କରୁଥିଲେ। ପ୍ରଥମେ ତାଙ୍କ ଅସଲ ଉଦ୍ଦେଶ୍ୟ ବୁଝିପାରିନଥିଲି। କିନ୍ତୁ ପରେ ଜାଣିବା ପେର ମିଳାମିଶା ବନ୍ଦ କରିଦେଇଥିଲି ବୋଲି ଏହି ୩୧ ବର୍ଷୀୟା ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି।

publive-image

କଙ୍ଗନା କହିଛନ୍ତି ଯେ ତାଙ୍କୁ ବହଲ୍ ଆଲିଙ୍ଗନ କଲାବେଳେ ଜୋରରେ ଭିଡ଼ି ଧରିଥାନ୍ତି । ତାଙ୍କଠାରୁ ନିଜକୁ ମୁକ୍ତ କରିବା ପାଇଁ ମୋତେ ସବୁ ବଳ ଖଟାଇବାକୁ ପଡ଼ିଥାଏ ବୋଲି କଙ୍ଗନା କହିଛନ୍ତି। ଏହାପରେ ସେ ବିକାଶ ବହଲ୍ଙ୍କର ୨-୩ଟି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ ବୋଲି କଙ୍ଗନା ଦର୍ଶାଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଜଣେ ମହିଳାଙ୍କ ସହିତ ଏକ ବାର୍ତ୍ତାଳାପର ସ୍କ୍ରିନ୍ ସଟ୍ ଭାଇରାଲ୍ ହେବା ପରେ ପ୍ରସିଦ୍ଧ ଲେଖକ ଚେତନ୍ ଭଗତ୍ ଫେସ୍ବୁକ୍ରେ ଉକ୍ତ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ସେଲିବ୍ରିଟି ହୋଇ ସୁଦ୍ଧା ନାନା ପାଟେକର, ବିକାଶ ବହଲ୍ ଏବଂ ଚେତନ୍ ଭଗତ୍ ଏଭଳି କାରନାମା କରିବା ପ୍ରଶଂସକଙ୍କୁ ହତାଶ କରିଛି। ଅନ୍ୟପକ୍ଷରେ ଏହାକୁ ନେଇ ବଲିଉରେ ଆଲୋଡ଼ନ ସୃଷ୍ଟି ହୋଇଛି। ନାନା ପାଟେକରଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିଥିବା ତନୁଶ୍ରୀ ଦତ୍ତ ଗତକାଲି ପୁଲିସରେ ଅଭିଯୋଗ କରିଛନ୍ତି। େତବେ ନାନା ପାଟେକର ଏହାକୁ ଅସ୍ବୀକାର କରିଛନ୍ତି।