ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ମାମଲା: ଆଜି ପଳାସପଲ୍ଲୀ କାର୍ଯ୍ୟାଳୟରେ ଯାଞ୍ଚ କରିବେ ଭିନ୍ନକ୍ଷମ କମିଶନର

ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟାସତ ହେବ ପରୀକ୍ଷା

78

କନକ ବ୍ୟୁରୋ: ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ମାମଲାର ହେବ ଯାଂଚ । ଆଜି ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟକୁ ଯାଇ ଯାଂଚ୍ କରିବେ ରାଜ୍ୟ ଭିନ୍ନକ୍ଷମ କମିଶନର । ଗତକାଲି କନକ ନ୍ୟୁଜକୁ ଏହି ସୂଚନା ଦେଇଥିଲେ ଭିନ୍ନକ୍ଷମ କମିଶନର ସୁଲଚନା ଦାସ । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ ।

ବିୟୁଟିପାର୍ଲଟର ଇନଷ୍ଟ୍ରକ୍ଟର ପଦବୀରେ ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଫେରାର ଦର୍ଶାଇ ୨ ମାସ ହେଲା ପୁଲିସ ଚୁପ ବସିଛି । ଏହି ମାମଲାରେ ନିଜ ଆଡ଼ୁ ଯାଂଚ୍ ଆରମ୍ଭ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ।