ପଦାରେ ପଡିଲା ଫୟାଜ୍ ରହେମାନଙ୍କ ଭିତିରି ଉଦ୍ଦେଶ୍ୟ ! ଅନ୍ତେବାସୀ ଝିଅଙ୍କ ସହ ଉଠାଉଥିଲେ ଅନ୍ତରଙ୍ଗ ଫଟୋ । 

256

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଧିରେ ଧିରେ ଢେଙ୍କାନାଳ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମର ଗୁମର ଖୋଲିବାରେ ଲାଗିଛି । ଏଥିସହ ସାମ୍ନାକୁ ଆସିଛି ସେଲଟର ହୋମର- ଡାର୍ଟି ଡାଡିଙ୍କ ବିଦେଶ ଲିଙ୍କ୍ । ସେଲଟର ହୋମକୁ କିଭଳି ବିଦେଶୀମାନେ ଆସୁଥିଲେ ଓ ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ, ସେନେଇ ସାମନାକୁ ଆସିଛି ଅନେକ ଚାଂଚଲ୍ୟକର ତଥ୍ୟ ।

ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର୍ ହୋମର ଖୋଲୁଛି ଗୁମର । ସାମ୍ନାକୁ ଆସିଛି ଡାର୍ଟି ‘ଡାଡି’ଙ୍କ ବିଦେଶ ଲିଙ୍କ୍ । ଗୁଡ୍ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୟାଜ ରହେମାନ୍ । ଓଡ଼ିଶାର ୨୩ଟି ଜିଲ୍ଲାରେ ରହିଛି ଏହି ସଂସ୍ଥାର ଶାଖା । କଟକରୁ ବାଲେଶ୍ୱର, ପୁରୀରୁ କଳାହାଣ୍ଡି ପର୍ଯ୍ୟନ୍ତ ଲମ୍ବିଛି ଏହି ଅନୁଷ୍ଠାନ । ଗରିବ, ଅନାଥ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ଗଢ଼ିବା କାମ କରିଥାଏ ବୋଲି ଦାବି କରିଥାନ୍ତି ଫୟାଜ ରହେମାନ୍ । ଅନ୍ତେବାସୀ ମଧ୍ୟ ଫୟାଜକୁ ଡାଡି ବୋଲି ଡାକିଥାନ୍ତି । ହେଲେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ପୂରା ବ୍ୟବସ୍ଥା ଉପରେ କଳଙ୍କ ଲଗାଇ ଦେଇଛି । ଝିଅମାନଙ୍କୁ କିସ୍ କରିବା ଓ କୁଣ୍ଢାଇ ଧରିବା ଅଭିଯୋଗ ପରେ ଏବେ ବିଦେଶୀ ମାନଙ୍କୁ ଆଣି ଯୌନ ଶୋଷଣ କରାଯାଉଥିବା ଭଳି ଚାଂଚଲ୍ୟକର ତଥ୍ୟ ମଧ୍ୟ ସାମନାକୁ ଆସିଛି ।

ସେଲଟର ହୋମକୁ କିଭଳି ବିଦେଶୀମାନେ ଆସୁଥିଲେ ଓ ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ କନକ ନ୍ୟୁଜ୍ କ୍ୟାମେରା ସାମ୍ନାରେ ଅଭିଯୋଗ କରିଛନ୍ତି  ଅନ୍ତେବାସୀ । ଅନ୍ତେବାସୀ ଝିଅ ମାନଙ୍କୁ କିସ୍ କରିବା ଓ ହଗ୍ କରିବା ନେଇ ଅଦ୍ଭୁତ ସଫେଇ ରଖିଛନ୍ତି ଗୁଡ ନ୍ୟୁଜ୍ ଇଣ୍ଡିଆର ଚେୟାରମ୍ୟାନ ଫୟାଜ ରେହମାନ । ଭଦ୍ରକ ଶାଖା ପରିଚାଳକଙ୍କୁ ଲେଖିଥିବା ଏକ ଚିଠିରେ ଏହାକୁ ତାଙ୍କ ସଂସ୍କୃତି ବୋଲି କହିଛନ୍ତି ରହେମାନ୍ । ଗତବର୍ଷ ମାର୍ଚ୍ଚ ୧୮ତାରିଖରେ ଭଦ୍ରକ ସେବାଶ୍ରମର ଶାଖା ପରିଚାଳକଙ୍କୁ ଏହି ଚିଠି ଲେଖାଯାଇଥିଲା । ଭଦ୍ରକରେ ଅନ୍ତେବାସୀଙ୍କ ପ୍ରତି ଯୌନ ଶୋଷଣ ନେଇ ଅଭିଯୋଗ କରିବା ପରେ ଏଭଳି ସଫେଇ ରଖିଥିଲେ ଫୟାଜ ରେହମାନ ।