ପତ୍ନୀଙ୍କ ଇଚ୍ଛା ବିରୋଧରେ ତାଙ୍କ ସହିତ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଗୁଜରାଟ ହାଇକୋର୍ଟ ରାୟ ଦେଇଛନ୍ତି। ଯଦି ପତ୍ନୀଙ୍କ ବୟସ ୧୮ ବର୍ଷରୁ ଊର୍ଧ୍ୱ ହୋଇଥାଏଏବଂ ତାଙ୍କ ପତ୍ନୀଙ୍କ ଇଛା ବିରୋଧରେ ସ୍ୱାମୀ ତାଙ୍କ ସହିତ ଶାରିରୀକ ସମ୍ପକର୍ମ ରଖିଥାନ୍ତି, ତେବେ ପତ୍ନୀ ତାଙ୍କ ବିରୋଧରେ ଦନୁଷ୍କର୍ମ ମାମଲା ରୁଜୁ କରି ପାରିବେ ନାହିଁ।
ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ଜେ ବି ପର୍ଦିଓ୍ଵାଲା କହିଛନ୍ତି ଯେ ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ଏହା ସ୍ୱାମୀଙ୍କୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୭୫( ଦୁଷ୍କର୍ମ) ଅନୁଯାୟୀ ଦଣ୍ଡିତ କରିବାକୁ ଯଥେଷ୍ଟ ନୁହେଁ । ମହିଳା ଜଣକ ଅନ୍ୟ ଅଧିକାର ପରି ତାର ଶରୀରର ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ରହିବା ଉଚିତ। ଏଥିପାଇଁ ବୈବାହିକ ଦୁଷ୍କର୍ମ ପ୍ରସଙ୍ଗରେ ମହିଳାଙ୍କ ସୁରକ୍ଷା ଦେବା ନିମନ୍ତେ ବ୍ୟବସ୍ଥାପିକା ଆଇନ ପ୍ରଣୟନ କରିବା ଜରୁରି ବୋଲି ମଧ୍ୟ କୋର୍ଟ କହିଛନ୍ତି।
କେତେକ ମହିଳା ଏହି ଆଇନରେ ( ବୈବାହିକ ଦୁଷ୍କର୍ମ) ଦୁରୁପଯୋଗ କରିବେ ଆଶଙ୍କା କରି ସମସ୍ତ ମହିଳାଙ୍କୁ ସୁରକ୍ଷା ପ୍ରସଙ୍ଗକୁ ଏଡାଇ ଦେବା ଠିକ୍ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ପତ୍ନୀ ସ୍ୱାମୀଙ୍କ ବିରୋଧରେ ଅପ୍ରାକୃତିକ ସମ୍ପର୍କ ରଖିବା ନେଇ ଧାରା ୩୭୭ ଅନୁଯାୟୀ ଅପରାଧିକ ମାମଲା ରୁଜୁ କରି ପାରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/a-wooden-gavel_65572630-368b-11e8-90dd-823da00706aa.jpg)