କନକ ବ୍ୟୁରୋ : କଲେଜ ଛାତ୍ରୀଙ୍କୁ ନିଶା ଦେଇ ଉଠାଯାଇଛି ଅଶ୍ଲୀଳ ଭିଡିଓ । ଭୁବନେଶ୍ୱରର ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଆଣିଛନ୍ତି ଏହି ଅଭିଯୋଗ । ସମୀର ନାମକ ଜଣେ ଯୁବକ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ଜଣେ ଝିଅ ସହାୟତାରେ ସେ ଏହି ନିଶା ବଟିକା ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସିୟୁରେ ଭର୍ତି କରାଯାଇଛି ।

Advertisment

ladyଆଇସିୟୁ ବେଡରେ କଲେଜ ଛାତ୍ରୀ । କଲେଜ କ୍ୟାମ୍ପସରେ କୋକୁଆ ଭୟ । ମାତିଛି ସମୀର, ବୁଲୁଛି ବ୍ଲୁ ସିଡି । ଯାହାକୁ ନେଇ ୨ଦିନ ହେଲା ଆଇସିୟୁରେ ଭର୍ତୀ ହୋଇଛନ୍ତି ଉକ୍ରଳ ସଙ୍ଗୀତ ମହା ବିଦ୍ୟାଳୟର ଯୁକ୍ତ ୨ର ଦ୍ୱିତୀୟ ବର୍ଷର ଛାତ୍ରୀ । ପରିବାରର ଅଭିଯୋଗ, ବଟିକା ଖାଇବା ପରେ ଝିଅର ଏଭଳି ଅବସ୍ଥା ହୋଇଛି । ଜଣେ ଦଲାଲ୍ ସମୀରର ନିର୍ଦେଶରେ ଛାତ୍ରୀ ମାନଙ୍କୁ ନିଶା ବଟିକା ଦିଆଯାଇ ସେମାନଙ୍କର ବ୍ଲୁ ସିଡି ପ୍ରସ୍ତୁତ କରାଯାଉଛି । ଆଉ ଟଙ୍କା ନଦେଲେ, ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ମିଳୁଛି । ଦଲାଲ୍ ସମୀରର ଇସାରାରେ କିଛି ଛାତ୍ରୀ ଏଭଳି କାମରେ ଲିପ୍ତ ରହି ଛାତ୍ରୀ ମାନଙ୍କୁ ନିଶା ଦେଇ ସେମାନଙ୍କ ଉଜ୍ଜତ ଲୁଟୁଛନ୍ତି ।

ଅନ୍ୟପଟେ ଛାତ୍ରୀଙ୍କୁ ନିଶା ବଟିକା ଦିଆଯାଇଛି ବୋଲି କହିଛନ୍ତି ହସ୍ପିଟାଲ କତୃପକ୍ଷ । ଥାନାରେ ଅଭିଯୋଗ ପରେ, ଖାରବେଳ ନଗର ଥାନା ପୁଲିସ ହସ୍ପିଟାଲରେ ପହଂଚି ଛାତ୍ରୀଙ୍କ ବୟାନ ରେକର୍ଡ କରିଛି । ଘଟଣାର ସତ୍ୟତା ନେଇ ପୁଲିସ ପରିବାର ଲୋକଙ୍କ ସମେତ କଲେଜ କତୃପକ୍ଷଙ୍କୁ ବି ପଚରା ଉଚରା କରିଛି । ଆଉ ଏହି ଘଟଣାରେ ଯିଏ ବି ଦୋଷୀ ବାହାରିବ ତାହା ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି, ଛାତ୍ରୀ ଜଣଙ୍କୁ ସହପାଠୀ କାହିଁକି ଦେଇଥିଲେ ନିଶା ବଟିକା ? ନିଶା ବଟିକା ପଛରେ କଣ ଥିଲା ଉଦ୍ଦେଶ୍ୟ ? କୁଆଡେ ଗଲେ ସେହି ସହପାଠୀ ? ଏବେ ଏଭଳି ପ୍ରଶ୍ନର ଉତରକୁ ଅପେକ୍ଷା କରାଯାଇଛି ।