ମାଓ ସମସ୍ୟା ପରେ ଏବେ ମାଲକାନଗିରୀରେ ଚିନ୍ତା ବଢାଉଛନ୍ତି ସେକ୍ସ ରାକେଟ । କୋମଳମତି ବାଳିକାଙ୍କ ସହାୟତାରେ ଚାଲିଛି ବଡ ସେକ୍ସ ରାକେଟ । ୨ କିଙ୍ଗପିନ୍ ଗିରଫ୍

181

କନକ ବ୍ୟୁରୋ : ମଣିଷ ସଭ୍ୟତାର ସବୁଠାରୁ ବଡ ସିକ୍ରେଟ୍ ସେକ୍ସକୁ ନେଇ ଏବେ ସବୁଠାରେ ଚର୍ଚ୍ଚା । କେବେ କୋର୍ଟ କଚେରୀରେ ତ କେବେ ଗାଁ ବୈଠକରେ । ପୁଣି କେବେ କଲେଜ କାନ୍ଥରେ ତ ପୁଣି କେବେ ସହରର ପାପ ଗଳିରେ । ସରକାର ଏନେଇ ସଚେତନ କରୁଛନ୍ତି । କୋର୍ଟ ଏନେଇ ବିଭିନ୍ନ ସମୟରେ ନିଷ୍ପତ୍ତି ଶୁଣାଉଛନ୍ତି । ହେଲେ ଦେହ ବେପାର ଉପରେ ଲଗାମ୍ ଲଗାଇବା କଷ୍ଟ ହୋଇପଡୁଛି । କିଛିବର୍ଷ ପୂର୍ବରୁ ଦେହ ବ୍ୟବସାୟ କେବଳ ବଡ ବଡ ସହର ମାନଙ୍କରେ ଚାଲୁଥିବା ଆମେ ଶୁଣିବାକୁ ପାଉଥିବା ବେଳେ ଏବେ ଅପହଂଚ ଇଲାକା ବା ଛୋଟ ଛୋଟ ସହରରେ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏହି କ୍ରମରେ ଗତକାଲି ମାଓ ଅଧ୍ୟୁଷିତ ମାଲକାନଗୀରି ଜିଲ୍ଲାରେ ଏକ ବଡ ଧରଣର ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ପୋଲିସ ଦେହ ବ୍ୟବସାୟ ଚଳାଇଥିବା ମାଷ୍ଟର ମାଇଣ୍ଡ, ୨ ଜଣ ରାଣୀ ମହୁମାଛିଙ୍କ ସମେତ ଜଣେ ନାବାଳିକା ୪ ଜଣ ଯୁବତୀ ଓ ୬ ଜଣ ଯୁବକଙ୍କୁ ଗିରଫ୍ କରାଯାଇଛି । ଏହା ସହ ଗିରଫ୍ ସ୍ଥଳିରୁ ଆପତ୍ତିଜନକ ସାମଗ୍ରୀ ବି ଜବତ କରିଛି ପୋଲିସ ।

ପୋଲିସର ସୂଚନା ମୁତାବକ ମାଲକାନଗିରି ସହରରେ ମାୟାଜାଲ ବିଛାଇ ଥିଲେ ବଙ୍ଗିୟ ରୁପଜୀବୀ । ହ୍ୱାଟସଅପ ଜରିଆ ରେ ଚାଲିଥିଲା ଦେହ ବ୍ୟବସାୟ । କୋମଳମତି ଝିଅଙ୍କ ଜରିଆରେ ମୋଟା ଅଙ୍କ ରୋଜଗାର କରୁଥିଲେ ରାଣି ମହୁମାଛି । ଆଉ ଟାର୍ଗେଟରେ ଥିଲେ ସହରର ଯୁବ ଗୋଷ୍ଠୀ । ମାଲାକନଗିରି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଦେହଜୀବୀଙ୍କୁ ଗିରଫ କରିବା ସହ ଜଣେ ନାବାଳିକାଙ୍କ ସମେତ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ମାଲକାନଗିରି ପୁଲିସ । ଏହି ଘଟଣାରେ ସହରର ୬ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।