ମହାଲିଙ୍ଗ କଲେଜ ଛାତ୍ରଙ୍କ ବଡ ଖୁଲାସା । କଲେଜରେ ଚାଲିଥିଲା ସେକ୍ସ ରାକେଟ, ଦିନ ରାତି ଲେଡିଜ ହଷ୍ଟେଲରେ ପଡି ରହୁଥିଲେ ଗୋବିନ୍ଦ!

780

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ସାମ୍ନାକୁ ଆସିଲା ବଡ ତଥ୍ୟ । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଲେଜରେ ଚାଲିଥିଲା ସେକ୍ସ ରାକେଟ । ଏନେଇ କନକ ନ୍ୟୁଜକୁ ନାଁ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି କଲେଜର ଜଣେ ଛାତ୍ର । କଲେଜରେ ସମସ୍ତଙ୍କୁ ମନା ଥିଲା ମୋବାଇଲ ଫୋନ୍ । କିନ୍ତୁ କିଛି ଛାତ୍ରୀଙ୍କୁ ମୋବାଇଲ ଫୋନ୍ ନେବାକୁ ଅନୁମତି ଥିଲା । ଗୋଟିଏ କାର୍ଯ୍ୟକ୍ରମରେ କିଛି ଝିଅଙ୍କ ହାତରେ ମୋବାଇଲ ଦେଖିବାକୁ ମିଳିଥିଲା । ଯେଉଁମାନେ ସେକ୍ସ ରାକେଟରେ ଥିଲେ ସେମାନଙ୍କୁ ମୋବାଇଲ ନେବାକୁ ଅନୁମତି ଦେଉଥିଲା ଗୋବିନ୍ଦ ସାହୁ ।

ଆଉ ସବୁଠୁ ବଡ କଥା ହେଉଛି ଲେଡିଜ ହଷ୍ଟେଲରେ ପ୍ରାୟ ଅଧିକାଂଶ ସମୟ ଗୋବିନ୍ଦ ସାହୁ ରହୁଥିବା ନେଇ କହିଛନ୍ତି ଛାତ୍ର । ନେତା ଓ ମନ୍ତ୍ରୀ ମଧ୍ୟ ଏଠାକୁ ଆସିଥିବା ନେଇ କହିଛନ୍ତି ଛାତ୍ର । ଏପରିକି ଲେଡିଜ ହଷ୍ଟେଲ ମଧ୍ୟକୁ ଦିବ୍ୟଶଙ୍କର ମିଶ୍ର ଯାଉଥିବା ନେଇ କହିଛନ୍ତି ଛାତ୍ର ଜଣକ । ଏହାପୂର୍ବରୁ କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ଏପରିକି କଲେଜକୁ ମନ୍ତ୍ରୀ କାହିଁକି ବାରମ୍ବାର ଆସୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । କିନ୍ତୁ କଲେଜ ଓ ଦିବ୍ୟଶଙ୍କରଙ୍କ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନକୁ ବାରମ୍ବାର ଏଡାଇ ଯାଇଥିଲେ ଉତ୍ତରାଞ୍ଚଳ ଡିଆଇଛି । କିନ୍ତୁ ତଦନ୍ତ ଆଗକୁ ବଢୁଥିବା ବେଳେ କଲେଜରେ ସେକ୍ସ ରାକେଟ ଚାଲୁଥିବା ନେଇ ଛାତ୍ର ଜଣକ ମୁହଁ ଖୋଲିବା ପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।