ଦିନରେ ପାଠ ପଢା ରାତିରେ କଲେଜରେ ଚାଲୁଥିଲା ଦେହ ବ୍ୟବସାୟ । ସାମ୍ନାକୁ ଆସିଲା ପାଟଣାଗଡର ରାଜେନ୍ଦ୍ର ମେହେର କଲେଜର ସାଂଘାତିକ ସତ ।

5,528

କନକ ବ୍ୟୁରୋ: କଲେଜରେ ଦିନରେ ପାଠ ପଢା, ରାତିରେ ଚାଲୁଥିଲା ଦେହ ବେପାର । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳର ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର କଲେଜର ଚାଲିଥିଲା ଏଭଳି କାରନାମା । ଖବର ପାଇ ପୋଲିସ ଚଢାଉ କରି ମୁଖ୍ୟ ଅଭିଯୁକ୍ତ କଲେଜର ରାତ୍ର ଜଗୁଆଳୀ ଓ ଜଣେ ମହିଳାଙ୍କୁ ଗିରଫ କରିଛି । ହେଲେ ଗ୍ରାହକ ଓ ଦେହଜୀବୀ ଚମ୍ପଟ ମାରିଛନ୍ତି । ଶିକ୍ଷାର ମନ୍ଦିରରେ ଦିନରେ ବିଦ୍ୟାଦାତ୍ରୀଙ୍କୁ ଆରାଧନା କରି ପାଠ ପଢୁଥିଲେ ଛାତ୍ରଛାତ୍ରୀ । ହେଲେ ସନ୍ଧ୍ୟା ନଇଁଲେ କଲେଜରେ ଜମୁଥିବା ଗ୍ରାହକ ଓ ସୁନ୍ଦରୀ ଯୁବତୀଙ୍କ ଭିଡ । କଲେଜର ରାତ୍ରୀ ଜଗୁଆଳିଙ୍କ ଉପସ୍ଥିତିରେ ଏସବୁ କାରବାର ଚାଲିଥିଲା ବୋଲି ଅଭିଯୋଗ ହୋଇଛି । ପୋଲିସ ରାତ୍ର ଜଗୁଆଳି ଟିକେରାମ ମାଝିଙ୍କୁ ଗିରଫ କରି ତଦନ୍ତ ଚଲାଇଛି ।