ରାଜଧାନୀରେ ଥାଇଲାଣ୍ଡ ବାସ୍ନା ! ରଙ୍ଗୀନ ରୁମରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ, ଗରାଖ ସାଜି ଏଣ୍ଟ୍ରି କଲା ପୋଲିସ । ଆଉ ତା ପରେ…

120

କନକ ବ୍ୟୁରୋ : ଭୁବନେଶ୍ୱରୁର ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ । ଭୁବନେଶ୍ୱରର ବାପୁଜୀନଗର ସ୍ଥିତ ଏଚ୍ ଟୁ ଓ ସ୍ପା ସେଂଟରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗରେ ରେଡ୍ କରିଛି କମିଶନରେଟ ପୁଲିସ । ସ୍ପା ସେଂଟରରୁ ୮ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୭ ଜଣ ଗ୍ରାହକ ସହ ସ୍ପା ମ୍ୟାନେଜରକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ ।

ଦୀର୍ଘଦିନ ଧରି ଭୁବନେଶ୍ୱରର ଏହି ସ୍ପା ସେଂଟରରେ ବେଧଡକ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଥିଲା । ଏନେଇ କମିଶନରେଟ ପୁୁଲିସର ଏକ ସ୍ପେଶାଲ ଟିମ୍ ରେଡ୍ ମାରିଥିଲା । କମିଶନରେଟ ପୁଲିସର କିଛି କର୍ମଚାରୀ ମାନେ ସାଦା ପୋଷାକରେ ସ୍ପା ସେଣ୍ଟରକୁ ଏଣ୍ଟ୍ରି କରିଥିଲେ । ସ୍ପା ଭିତରେ ଚାଲିଥିବା କାର୍ଯ୍ୟ କଳାପ ଉପରେ ନଜର ରଖିବା ପରେ, ଖବର ପଦାକୁ ଆସିଥିଲା । ଏବଂ ତାପରେ ରେଡ୍ ମାରିଥିଲା ପୁଲିସ ।

ଥାଇଲାଣ୍ଡ ଯୁବତୀଙ୍କୁ କିଏ ଭୁବନେଶ୍ୱର ଆଣିଥିଲା । ସେମାନଙ୍କୁ କେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା । ଏହାର ମାଷ୍ଟର ମାଇଣ୍ଡ କିଏ ସେନେଇ ପୁଲିସ ଖୋଳତାଡ କରୁଛି ପୁଲିସ । ଥାଇ ଯୁବତୀଙ୍କ ପାସପୋର୍ଟ ଜବତ କରାଯାଇ ସେମାନଙ୍କୁ ସୁଧାର ଗୃହକୁ ପଠାଯାଇଥିବା ବେଳେ, ୭ ଗରାଖଙ୍କୁ ଗିରଫ କରାଯାଇଛି ।