କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ଚାଲିଛି ସେକ୍ସ ରାକେଟ୍ । ଏପରି ଏକ ସାଂଘାତିକ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରେ ଗତ ଦୁଇ ବର୍ଷ ହେଲା ସେକ୍ସ୍ ରାକେଟ କାରବାର ଚାଲୁଛି ।
ରାତିବେଳା କଲେଜ କ୍ୟାମ୍ପସରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି । ଏହାପରେ ଉଚ୍ଚ ଶିକ୍ଷା ବିଭାଗ ଏହାକୁ ନେଇ ଗମ୍ଭୀର ହୋଇଛନ୍ତି । ସଂପୃକ୍ତ କଲେଜର ଅନେକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି ।