ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ । କଳିଙ୍ଗନଗର ଅଞ୍ଚଳରେ ଚାଲିଥିଲା ଦେହବେପାର ।

455

କନକ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନା ଅଂଚଳରେ ସେକ୍ସ କାରବାର ଘଟଣା । ସିଲ୍ ହେଲା ଓୟୋ ହୋଟେଲ । ଭରତପୁର କଳିଙ୍ଗନଗର ଫେଜ-୨ ରେ ଥିବା ହେମାଲତା ପ୍ୟାଲେସକୁ ସିଲ କଲା କମିସନରେଟ ପୋଲିସ । ଗତକାଲି ସେକ୍ସ ରାକେଟ ଚାଲୁଥିବା ନେଇ ଓୟୋରେ ଚଢ଼ାଉ ହୋଇଥିଲା, ଉଦ୍ଧାର ହୋଇଥିଲେ ୮ ବଙ୍ଗୀୟ ଯୁବତୀ । ଜଣେ ଦଲାଲ ଓ ଜଣେ ଗ୍ରାହକକୁ ପୋଲିସ ଗିରଫ କରିଛି । ହୋଟେଲ ମାଲିକ ଏବେ ବି ଫେରାର ।

ତେବେ ଦୀର୍ଘ ଦିନ ଧରି କଳିଙ୍ଗନଗରର ଏକ ଓୟୋ ହୋଟେଲରେ ଚାଲିଥିଲା ଅନୈତିକ ଦେହ ବ୍ୟବସାୟ । ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ଦେହ ବ୍ୟବସାୟରେ ସଂପୃକ୍ତ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ମଦ ବୋତଲ ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ସେକ୍ସ ରାକେଟ୍ ଚାଲିଥିବା ହୋଟେଲ ହିମାବତୀ ପ୍ୟାଲେସକୁ ସିଲ୍ କରିଛି ପୁଲିସ ।