କନକ ବ୍ୟୁରୋ : ପୁରୀରେ ଦମ୍ପତି ପରିଚୟ ଦେଇ କରୁଥିଲେ ଦେହ ବେପାର । ମାତୃଶକ୍ତି କାର୍ଯ୍ୟକ୍ରମରେ ଧରାପଡ଼ିଲା ବଡ଼ ଧରଣର ସେକ୍ସ ରାକେଟ୍ । ଦୀର୍ଘ ୩ ମାସ ହେବ ବାସେଳୀ ସାହି ଥାନା ଅଧୀନ ପାଇକସାହି ସ୍ଥିତ ଏକ ଭଡା ଘରେ ଚାଲିଥିଲା ଏହି ସେକ୍ସ ରାକେଟ୍ । ରାକେଟ୍ ଚଳାଉଥିଲେ ଜଣେ ମହିଳା । ଜଣେ ଯୁବକଙ୍କୁ ସ୍ୱାମୀର ପରିଚୟ ଦେଇ ବେପାର ଚଳାଉଥିବା ଖବର ଆସିବା ପରେ ୬ ଜଣଙ୍କୁ ବାନ୍ଧିଛି ପୋଲିସ ।
ରାଣୀ ମହୁମାଛି ସାଜିଥିବା ମହିଳାଙ୍କ ସହ ସ୍ୱାମୀ ପରିଚୟ ଦେଇଥିବା ଯୁବକ ଓ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ପୁରୀର ବୋଲି ଜଣାପଡ଼ିଛି । ନିୟମିତ ଭଡା ଘରକୁ ଲୋକଙ୍କ ଯିବା ଆସିବାକୁ ଦେଖି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପୋଲିସ ପକ୍ଷରୁ ଅଞ୍ଚଳରେ ନିଶା ଓ ବିଭିନ୍ନ ଅପରାଧ ନିୟନ୍ତ୍ରଣ ପାଇଁ ଚାଲିଥିବା ମାତୃଶକ୍ତି କାର୍ଯ୍ୟକ୍ରମର ସଦସ୍ୟମାନେ ଏଥିରେ ହସ୍ତପେକ୍ଷ କରିଥିଲେ । ମାତୃଶକ୍ତିରେ ଜଡିତ କିଛି ମହିଳା ପୋଲିସକୁ ଖବର ଦେଇଥିଲେ । ପରେ ପୋଲଇସ ଚଢାଉ କରି ଗିରଫ କରିଛି ପୋଲିସ ।
Follow Us