ରାଜଧାନୀରେ ଖୁଲମାଖୁଲା ଚାଲିଛି ଦେହବେପାର ! ପୁରୁଣା ଷ୍ଟେସନ ବଜାର ନିକଟରେ ସେକ୍ସ ରାକେଟ ଠାବ କଲା ପୋଲିସ

63

କନକ ବ୍ୟୁରୋ : ରାଜଧାନୀରେ ପୁଣି ଏକ ସେକ୍ସ ରାକେଟ ଠାବ । ଗତକାଲି ପୁରୁଣା ଷ୍ଟେସନବଜାର ଅଚଂଳରୁ ଏକ ସେକ୍ସ ରାକେଟ ଠାବ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ମସାଜ ସେଣ୍ଟର ଆଳରେ ଚାଲିଥିବା ଦେହ ବେପାରର ପର୍ଦ୍ଦାଫାସ କରିଛି ଲକ୍ଷ୍ମୀସାଗର ପୋଲିସ । ଓଡିଶୀ ଲଜ ନିକଟରେ ଥିବା ଏକ ମସାଜ ସେଂଟର ଉପରେ ୪ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ।

ପୋଲିସ ଗିରଫ ୪ ଜଣ ଯୁôବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ ୩ ଜଣ ଯୁବତୀଙ୍କୁ ସର୍ଟ ଷ୍ଟେ ହୋମରେ ଛାଡିଛି । ତେବେ ଉଦ୍ଧାର ହୋଇଥିବା ଯୁବକ ମାନଙ୍କୁ ମଧ୍ୟରୁ ୩ ଜଣ ବିହାରର ହୋଇଥିବା ବେଳେ ଯୁବତୀ ମାନଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ଏହି ରାକେଟକୁ ଏଆରଫିଲ୍ଡ ଅଚଂଳର ବିଜୟ ଠାକୁର ଚଳାଉଥିବା ଜଣାପଡିଛି ।

ପୁରୁଣା ଷ୍ଟେସନରେ ବଜାରରେ ଥିବା ମସାଜ ସେଣ୍ଟରରେ ପ୍ରାୟ ମାସେ ହେଲା ଦେହ ବେପାର ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଆଇଆଇସି ଏହି ଘଟଣାର ତଦନ୍ତ ଜାରି ରଖିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଆଗି ଉକ୍ତ ମସାଜ ସେଣ୍ଟର ଉପରେ ଅଚାନକ ଚଢାଉ କରାଯାଇଥିଲା । ଚଢାଉ ପୂର୍ବରୁୁ ସାମାନ୍ୟତମ ଟେର ମଧ୍ୟ ପାଇନଥିଲେ ମୁଖ୍ୟ ଅଭିଯୁକ୍ତ । ପୁରୁଣା ଷ୍ଟେସନ ବଜାର ଭଳି ପ୍ରମୁଖ ଅଞ୍ଚଳରେ ମସାଜ ସେଣ୍ଟରେ ଏଭଳି କାରବାର ଚାଲୁଥିବା ଜଣାପଡିବା ପରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।