କନକ ବ୍ୟୁରୋ : ବଲାଙ୍ଗୀର ସହରରେ ସେକ୍ସ ରାକେଟ ଠାବ । ବଲାଙ୍ଗିର ଶାସ୍ତ୍ରୀନଗର ପଡାର ଏକ ଘରେ ଦେହ ବେପାର ଚାଲିଥିଲା । ଏନେଇ ଖବର ପାଇବା ପରେ ଟାଉନଥାନା ପୁଲିସ ଚଢାଉ କରି ରାଣୀ ମହୁମାଛି ସମେତ ୮ ଦେହଜୀବୀ ଓ ୩ ଜଣ ଗ୍ରାହକଙ୍କୁ ଧରିଛି । ରାଣୀ ମହୁମାଛିକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛୁ ପୁଲିସ ।
ସେପଟେ ଉଦ୍ଧାର ହୋଇଥିବା ୮ ଜଣ ଦେହଜୀବୀଙ୍କୁ ଆଶ୍ରୟସ୍ଥଳୀକୁ ପଠାଇ ଦେଇଛି ପୁଲିସ । ସହରର ମୁଖ୍ୟ ଅଂଚଳରେ ଦେହବପୋର ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ କିଛି ମାସ ହେବ ପାଟଣାଗଡ ଅଞ୍ଚଳର ଜଣେ ମହିଳା ଭଡାରେ ଘର ନେଇ ଦେହ ବେପାର ଚଲାଉଥିଲେ । ଏହି ଘଟଣାର କିଙ୍ଗପିନ ପାଟଣାଗଡ ଅଂଚଳର ହୋଇଥିବା ଚର୍ଚ୍ଚା ହେଉଛି ।
Follow Us