ସ୍ତ୍ରୀ କରିଥିଲେ ବ୍ୟୁଟିପାର୍ଲର ସ୍ୱାମୀ କରୁଥିଲେ ଭିଡ଼ିଓ !

ଅନୁଗୁଳ ତୁରଙ୍ଗରେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କଲା ପୋଲିସ; ସେପଟେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାପ ପୁଅ ଗିରଫ

737

କନକ ବ୍ୟୁରୋ : ସ୍ତ୍ରୀ କରିଥିଲେ ବ୍ୟୁଟି ପାର୍ଲର ସ୍ୱାମୀ କରୁଥିଲେ ଭିଡ଼ିଓ । ଅନୁଗୁଳ ତୁରଙ୍ଗରେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କଲା ପୋଲିସ । ସେପଟେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାପ- ପୁଅଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ତେବେ ବିୟୁଟିପାର୍ଲରର ମାଲିକ ଏବଂ ତାଙ୍କ ସ୍ତ୍ରୀଙ୍କୁ ବ୍ଲାକ ମେଲିଙ୍ଗ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି ।

୨୦୧୯ରେ ତୁରଙ୍ଗ ଅଂଚଳର ବ୍ୟକ୍ତି ଜଣଙ୍କ ଅନୁଗୁଳ ସହରର ରାଜିବ ଅଗ୍ରୱାଲ ନାମକ ବ୍ୟବସାୟୀଙ୍କ ଠାରୁ ୧୦ଟି ଟ୍ରାକ୍ଟର ନେବାକୁ କହି ସମ୍ପର୍କ ସ୍ଥାପନ କରିଥିଲେ । ଏହା ପରେ ତୁରଙ୍ଗ ଅଂଚଳ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ରାଜିବ ଓ ତାଙ୍କ ପୁଅ ଅଭିଶେକ ଅଗ୍ରୱାଲ ଯିବା ଆସିବା କରୁଥିଲେ । ଅଭିଶେକ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯିବା ଅସିବା ସମୟରେ ତାଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯାହାର ଭିଡ଼ିଓ ସୁଟିଂ କରି ମହିଳା ଜଣକ ରଖିବା ସହ ବ୍ଲାକ ମେଲିଂ କରି ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଫଳରେ ଅଗଷ୍ଟ ୨୫ ତାରିଖରେ ରାଜିବ ନେଟ ବ୍ୟାଙ୍କିଙ୍ଗ ଜରିଆରେ ୧ ଲକ୍ଷ ୨୯ ହଜାର ଟଙ୍କା ଦେଇଥିବା ବେଳେ ଅଭିଶେକ ଫୋନ୍ ପେ ମାଧ୍ୟମରେ ୧୦ ହଜାର ଟଙ୍କା ଦେଇଥିଲେ ।

ଏହା ପରେ ଅଧିକ ଟଙ୍କା ଦାବି କରିବାରୁ ଅଭିଶେକ ୩ ତାରିଖରେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ମହିଳା ଜଣ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପାଲଟା ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇଁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ବ୍ଲାକ ମେଲିଂ ମାମଲାରେ ପୋଲିସ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ ଅଭିଯୋଗ ଆଧାରରେ ରାଜୀବ ଅଗ୍ରୱାଲ ଏବଂ ପୁଅ ଅଭିଶେକ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।