ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ବିବାହର ପ୍ରତିଶ୍ରୁତି ଦେଇ ଯୌନ ସଂବନ୍ଧ ରଖି ବିବାହ ନ କଲେ ତାହାକୁ ଦୁଷ୍କର୍ମ ମନାଯିବ,ପୀଡିତାଙ୍କ ଗୋଟିଏ ଅଭିଯୋଗରେ ଅଭିଯୁକ୍ତଙ୍କୁ ମିଳିବ ଉଚିତ୍ ଶାସ୍ତି

624

ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି ବିବାହର ପ୍ରତିଶୃ୍ତି ଦେଇ ଯଦି କୌଣସି ଯୁବତୀଙ୍କ ସହ ଯୌନ ସଂବନ୍ଧ ସ୍ଥାପନ କରି ବିବାହ ନ କଲେ ତାହାକୁ ଦୁଷ୍ମର୍ମ ବୋଲି ମନାଯିବ । କାରଣ ଏହା ମହିଳାଙ୍କ ସମ୍ନାନର ଉପରେ ଗଭୀର ଆଘାତ ପକାଇ ପାରେ । ଜଷ୍ଟିସ୍ ଏଲ.ନାଗେଶ୍ୱର ଏବଂ ଏମଆର୍ ଶାହ ନିଜ ରାୟରେ କହିଛନ୍ତି ଯେ ମହିଳାଙ୍କ ଇଜ୍ଜତର ସମ୍ନାନ କରିବା ସମସ୍ତଙ୍କ କର୍ତ୍ତବ୍ୟ । ଜଣେ ଶୋଷିତ ମହିଳା ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିବା ବ୍ୟକ୍ତି ଯଦି ପରିବାରର ଧ୍ୟାନ ରଖୁଛନ୍ତି । ଏଭଳି ଘଟଣା ସମାଜରେ ଅଧିକ ବଢୁଛି ।

ଏଭଳି ଘଟଣା ମହିଳାଙ୍କ ଆତ୍ମସମ୍ମାନ ଏବଂ ଗରିମା ଉପରେ ଗଭୀର ଆଘାତ ପକାଉଛି । ଅଦାଲତଙ୍କ ଏହି ନିଷ୍ପତ୍ତି ଜଣେ ମହିଳାଙ୍କ ଦ୍ୱାରା ଛତିଶଗଡର ଜଣେ ଡାକ୍ତରଙ୍କ ଉପରେ ୨୦୧୩ ରେ କରାଯାଇଥିବା ଏକ କେସ୍ ସହ ସାମଞ୍ଜସ୍ୟ ରହିଛି । ମହିଳା ଜଣକ ହେଉଛନ୍ତି ବିଳାସପୁର ନିବାସୀ ଏବଂ ୨୦୦୯ ରେ ସେ ଡାକ୍ତରଙ୍କ ସହ ପରିଚିତ ହୋଇଥିଲେ । ଦୁହିଁଙ୍କ ଭିତରେ ପ୍ରେମ ସଂବନ୍ଧ ଥିଲା କିନ୍ତୁ ଅଭିଯୋଗ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଯୌନ ସଂବନ୍ଧ ରଖିଥିଲେ । ଦୁଇପକ୍ଷଙ୍କ ପରିବାର ଲୋକ ଏନେଇ ଜ୍ଞାତ ଥିବା ପରିବର୍ତ୍ତେ ମଧ୍ୟ ଡାକ୍ତର ଜଣକ ଅନ୍ୟତ୍ର ନିର୍ବନ୍ଧ କରିଥିଲେ । କିନ୍ତୁ ସେ ପୀଡିତାଙ୍କ ସହ ପ୍ରେମ ସଂବନ୍ଧରେ ସେତେବେଳ ପର୍ଯ୍ୟନ୍ତ ଥିଲେ । କିନ୍ତୁ ଅନ୍ୟ ମହିଳାଙ୍କୁ ବିବାହ କରିବା ପରେ ସେ ଏହି ପ୍ରତିଶୃତି ଭାଙ୍ଗିଦେଇଥିଲେ ।