ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍ମର୍ମ ନୁହେଁ । କୋରାପୁଟର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

1,816

କନକ ବ୍ୟୁରୋ: ଦୁଷ୍ମର୍ମ ନୁହେଁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା । ବିବାହ ପ୍ରତିଶ୍ରୁତି ଦିଆନିଆ ପରେ ପୁଅ ଝିଅଙ୍କ ମଧ୍ୟରେ ରହୁଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଏଭି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । କୋରାପୁଟର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ହାଇକୋର୍ଟ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବା, ଦୁଷ୍କର୍ମ ଅପରାଧ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ଏସକେ ପାଣିଗ୍ରାହୀ ତଳ କୋର୍ଟର ରାୟକୁ ବଦଳାଇ ଅଭିଯୁକ୍ତକୁ ଜାମିନ୍ ଦେବାକୁ ଅନୁମତି ଦେଇଛନ୍ତି ।

ତେବେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ୧୯ ବର୍ଷୀୟା ଜଣେ ଯୁବତୀ । ଗତବର୍ଷ ନଭେମ୍ବର ୨୭ରେ ପଟାଙ୍ଗୀ ଥାନାରେ ମାମଲା ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଯୁବତୀ । ୨୦୧୯ ଡିସେମ୍ବର ୧୧ ତାରିଖରେ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କରିଥିଲେ କୋରାପୁଟ-ଜୟପୁର ସେସନ୍ କୋର୍ଟ । ବେଲ ଖାରଜ ହେବା ପରେ ହାଇକୋର୍ଟରେ ଅପିଲ୍ କରିଥିଲେ ଅଭିଯୁକ୍ତ ।

ଆଉ ଆଜି ମାମଲାର ଶୁଣାଣି କରି ଜଷ୍ଟିସ୍ ଏସକେ ପାଣିଗ୍ରାହୀ କହିଛନ୍ତି, ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପର୍ଯ୍ୟାୟ ଭୁକ୍ତ ନୁହେଁ । ଆଇପିସିର ଧାରା ୩୭୫ ଅଧୀନରେ ଏହା ଆସୁନାହିଁ ବୋଲି କହିଛନ୍ତି ଜଷ୍ଟିସ ପାଣିଗ୍ରାହୀ । ଆଇପିସିର ଧାରା ୩୭୫ରେ ଦୁଷ୍କର୍ମର ସଂଜ୍ଞା ନିର୍ଦ୍ଧାରଣ କରାଯାଇଥିବା ବେଳେ ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବା ଏହି ପର୍ଯ୍ୟାୟରେ ଆସୁନାହିଁ । ଏହା ସହ ମାମଲାର ବିଭିନ୍ନ ଦିଗ ଓ ପ୍ରମାଣକୁ ତର୍ଜମା କରିବା ପରେ ଅଭିଯୁକ୍ତକୁ ବେଲ୍ ଦେଇଛନ୍ତି ବିଚାରପତି ଏସକେ ପାଣିଗ୍ରାହୀ ।

ଦୁଷ୍କର୍ମ ମାମଲା ନେଇ ବଡ଼ ରାୟ

#ଦୁଷ୍କର୍ମ_ମାମଲା_ନେଇ_ବଡ଼_ରାୟବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ବଳାକ୍ରାର ନୁହେଁ । କେନ୍ଦୁଝର ପଟାଙ୍ଗୀ ଅଂଚଳର ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ #OdishaHighCourt Keonjhar

Posted by Kanak News on Saturday, 23 May 2020