ପାକିସ୍ତାନ ପାଖରେ ଅଛି ଗୁପ୍ତ ଧନ । ଥରକେ ଦେଶ ହୋଇପାରିବ ସବୁ କରଜରୁ ମୁକ୍ତ ।

478

କନକ ବ୍ୟୁରୋ: ପାକିସ୍ତାନର ଫୋରେକ୍ସ ରିଜର୍ଭ ହ୍ରାସ ପାଇ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି । ଦେଶରେ ଏବେ ଏକ ପ୍ରକାର ହାହାକାର ଦେଖାଗଲାଣି । ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ,ବିଦ୍ୟୁତ୍ ଶକ୍ତି ଉତ୍ପାଦନ ସବୁଥିରେ ଏଠିକା ସରକାର ଭାରି କଟକଣା ଲାଗୁ କରିଛନ୍ତି । ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏସବୁକୁ ଗୋଟିଏ ଗୁପ୍ତ ଧନର ଭଣ୍ଡାର ଭରଣା କରିପାରିବ ।

ପାକିସ୍ତାନ ଅଧିନସ୍ଥ ବେଲୁଚିସ୍ତାନରେ ରହିଛି । ସୁନା- ତମ୍ବାର ଖଣିଜ ଭଣ୍ଡାର । ବଲୁଚିସ୍ତାନ ସୀମାରେ ଥିବା ଏହି ଖଣିରେ ହଜାର ହଜାର ଟନର ସୁନା ପଡିଛି, ଯାହା ପାକିସ୍ତାନର କାମରେ ଆସିପାରେ । ହେଲେ ଏଯାଏଁ ଏନେଇ କୌଣସି ରିପୋର୍ଟ କିମ୍ବା ବୟାନ ଆସିନାହିଁ । କିନ୍ତୁ ଆଶା କରାଯାଉଛି, ଯଦି ଏହି ଖଣିକୁ ବିନିଯୋଗ କରାଯାଆନ୍ତା ତାହେଲେ ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥାରୁ ସହଜରେ ମୁକ୍ତ ହୋଇପାରନ୍ତା ।

ବଲୁଚିସ୍ତାନ ସୀମାରେ ଥିବା ରେକୋ ଦିକ୍ ମାଇନ୍ ଦୁନିଆଁର ସବୁଡୁ ବଡ ସୁନା ଓ ତମ୍ବା ଖଣି ମଧ୍ୟରେ ଗୋଟିଏ । ଏହି ଖଣି ବଲୁଚିସ୍ତାନର ଚଗାଇ ଜିଲ୍ଲା ରେକୋ ଦିକ୍ ଅଞ୍ଚଳରେ ଏକ ସୁପ୍ତ ଆଗ୍ନେୟଗିରି ପାଖରେ ରହିଛି । ରଏଟର୍ସର ଖବର ମୁତାବକ, ପାକିସ୍ତାନ ସରକାରଙ୍କ ପାଖରେ ଏହି ଖଣି ଆକାରରେ ବଡ ଗୁପ୍ତଧନ ଭଣ୍ଡାର ରହିଛି । ଅନୁମାନ କରାଯାଉଛି ଯେ, ଏଠାରେ ପାଖାପାଖି ୫୯୦ କୋଟି ଟନର ଖଣିଜ ଭଣ୍ଡାର ରହିଛି । ପ୍ରତି ଟନ୍ ଖଣିଜରେ ପାଖାପାଖି ୦.୨୨ ଗ୍ରମାର ସୁନା ଓ ପାଖାପାଖି ୦.୪୧ ପ୍ରତିଶତ ତମ୍ବା ମିଳିପାରିବ ।

ବଲୁଚିସ୍ତାନ ଏପରି ଏକ ଭୂଖଣ୍ଡ ଅନେକ ଖଣିଜ ସମ୍ପଦରେ ଭରପୁର । ୧୯୯୫ରେ ପ୍ରଥମେ ଏହି ଖଣିକୁ ଖୋଳା ଆରମ୍ଭ ହୋଇଥିଲା । ପ୍ରଥମ ୪ ମାସରେ ଏହି ଖଣିରୁ ୨୦୦ କେଜି ସୁନା ଓ ୧୭୦୦ କେଜି ତମ୍ବା ମିଳିଥିଲା । ସମୁଦାୟ ଖଣିରେ ପାଖାପାଖି ୪୦ କୋଟି ଟନ୍ ସୁନା ଥାଇପାରେ ବୋଲି ଭୂତତ୍ତ୍ୱବିତ୍ମାନେ କହିଛନ୍ତି । ଏହି ଖଣିରୁ ୨ ଲକ୍ଷ କୋଟିରୁ ଅଧିକ ଅର୍ଥର ଖଣିଜ ସମ୍ପଦ ମିଳିପାରିବ । ହେଲେ ୨୦୧୧ ରେ ଖନନ ଯୋଜନାକୁ ନିଲମ୍ବନ କରାଯାଇଥିଲା । କାରଣ ପାକିସ୍ତାନ ବେରିକ୍ ଆଣ୍ଡ ଏଣ୍ଟୋଫଗାଷ୍ଟା ପିଏଲସି ଉପରେ ଲାଇସେନ୍ସ ଦେବାକୁ ମନା କରିଦେଇଥିଲା । ସେବେଠାରୁ ଏହି ଖଣିକୁ ନେଇ ବିବାଦ ଜାରି ରହିଛି । ଉଭୟ ପାକିସ୍ତାନ ଓ ବଲୁଚିସ୍ତାନ ସରକାରଙ୍କ ଏହା ଉପରେ ଅଧିକାର ଥିଲେ ବି କୌଣସି ସମାଧାନ ହେଉନାହିଁ । କିନ୍ତୁ ଏହି ସମସ୍ୟାକୁ ଆପୋଷ ସମାଧାନ କରିପାରିଲେ ପାକିସ୍ତାନ ଅତି ସହଜରେ ଆର୍ଥିକ ଦୂରାବସ୍ଥାକୁ ଏଡାଇ ଦେଇପାରିବ ।

ରେକୋ ଡିକ୍ କପର ଆଣ୍ଡ ଗୋଲ୍ଡ ମାଇନିଙ୍ଗରୁ ସୁନା କାଢିବା ଯଦିଓ ଏବେ ପାକିସ୍ତାନ ପାଇଁ ଏକ ଜଟିଳ ବ୍ୟାପର ହେଲେ ବି ଏହାକୁ ଦୁଇ ଦେଶ ମିଶି ସମାଧାନ କରିପାରିବେ । ସୂଚନା ମୁତାବକ, ବର୍ତ୍ତମାନ ପାକିସ୍ତାନର ଫୋରେକ୍ସ ରିଜର୍ଭ ଦ୍ରୁତଗତିରେ ହ୍ରାସ ପାଉଥିବାବେଳେ ଗୋଲ୍ଡ ରିଜର୍ଭ ଡାଟା ମଧ୍ୟ ଖରାପ ସ୍ଥିତିରେ ରହିଛି । ତେଣୁ ବଲୁଚିସ୍ତାନର ଏହି ଖଣି ଏବେ ପାକିସ୍ତାନ ପାଇଁ ବଡ ଆଶା