ଅଶାନ୍ତ ଆସାମରୁ ଫେରିଲେ ଓଡିଶା ୧୯ ବର୍ଷରୁ କମ କ୍ରିକେଟର । ପୋଡାଜଳା ଓ ହିଂସା ଯୋଗୁଁ ଗୁଆହାଟିରେ ଫସିରହିଥିଲେ ଦୁଇ ଦିନ ଦୁଇ ରାତି

ଅଶାନ୍ତ ଆସାମରୁ ଫେରିଲେ ଓଡିଶା ୧୯ ବର୍ଷରୁ କମ କ୍ରିକେଟର । ପୋଡାଜଳା ଓ ହିଂସା ଯୋଗୁଁ ଗୁଆହାଟିରେ ଫସିରହିଥିଲେ ଦୁଇ ଦିନ ଦୁଇ ରାତି

କନକ ବ୍ୟୁରୋ: ଭାରତୀୟ ସଂସଦର ଗୋଟିଏ ବଡ ନିଷ୍ପତି ପରେ ଅଶାନ୍ତ ହୋଇପଡିଛି ଉତ୍ତର ପୂର୍ବାଂଚଳ । ନାଗରିକତା ସଂଶୋଧନ ଆଇନକୁ ସବୁଠାରୁ ଅଧିକ ବିରୋଧ ଆସାମରେ ହେଉଛି । ହିଂସା ଓ ପୋଡାଜଳା ଭିତରେ ଅଶାନ୍ତ ହୋଇପଡିଛି ଆସାମ । ଆଉ ଅଶାନ୍ତ ଆସାମରୁ ଫେରିଛନ୍ତି ଓଡ଼ିଶାର ୧୯ବର୍ଷରୁ କମ୍ କ୍ରିକେଟର । ଖେଳିବାକୁ ଯାଇ ଆସାମରେ ଫସିଥିବା ଓଡ଼ିଆ ଖେଳାଳି ସୁରକ୍ଷିତ ଭାବେ ରାଜ୍ୟକୁ ଫେରିଆସିଛନ୍ତି ।

publive-image

ପ୍ରବଳ ଉତ୍ତେଜନା ଭିତରେ ଦୁଇ ଦିନ ଦୁଇ ରାତି ଗୁଆହାଟୀରେ କାଟିଥିଲେ ଏହି ଖେଳାଳି । ନାଗରିକତା ସଂଶୋଧନ ବିଲ୍ ବିରୋଧରେ ଆସାମରେ ପ୍ରବଳ ବିରୋଧ ଚାଲିଥିବା ବେଳେ ଏହାରି ଭିତରେ କୁଚ୍ ବିହାର ଟ୍ରଫି ଖେଳିବାକୁ ଯାଇଥିଲେ ଓଡ଼ିଆ କ୍ରିକେଟର । ହେଲେ ଜାତୀୟ ରାଜପଥ କଡରେ ଥିବା ଏକ ହୋଟେଲରେ ଏମାନଙ୍କୁ ଦୁଇ ଦିନ ଦୁଇ ରାତି କାଟିବାକୁ ପଡିଥିଲ । ଗୁଆହାଟୀ ବିମାନ ବନ୍ଦରରୁ କ୍ରିକେଟ ଖେଳିବା ପାଇଁ ନଅଗାଁ ଯିବା ବାଟରେ ଏମାନଙ୍କୁ ଅଟକାଇ ଦିଆଯାଇଥିଲା । ଆଉ ପରେ ସମସ୍ତ ଖେଳାଳିଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe