କନକ ବ୍ୟୁରୋ : ସୁନ୍ଦରଗଡରେ ନଦୀ ପଠାରୁ ମିଳିଲା ଯୁବକଙ୍କ କଟା ମୁଣ୍ଡ । ଘଟଣାକୁ ନେଇ ଚାଂଚଲ୍ୟ । ସୁନ୍ଦରଗଡରେ ପୁଣି ବିଭତ୍ସ ହତ୍ୟା । ଇବ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ସୁନ୍ଦରଗଡ ସଦର ଥାନା ବନ୍ଧପାଲି ନିକଟ ଇବନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଟିଏ ଗୋଡ ଏବଂ ଶରୀରର ଅନ୍ୟ ଅଂଶ ମିଳିଛି ।
ଗତକାଲି ରାତିରେ ପୋଲିସ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିପାରିନି । କେହି ଅତି ନୃଶଂସ ଭାବେ ହତ୍ୟା କରି ତାଙ୍କର ଶରୀରର ବିଭିନ୍ନ ଅଂଶକୁ ଫିଙ୍ଗି ଦେଇଥିଲା ସନ୍ଦେହ କରାଯାଉଛି । ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଗାଁର ଗାଁ ସାଥୀଙ୍କୁ ଖଣ୍ଡ ଖଣ୍ଡ କରି ଗାଁ ନିକଟ ପୋଖରୀରେ ଫିଙ୍ଗି ଦେବା ଘଟଣା ମନରୁ ଲିଭିନଥିବା ବେଳେ ଏବେ ବନ୍ଧପାଲି ଅଂଚଳରୁ ଆସିଛି ଏପରି ଖବର । ପୋଲିସ ମୃତ ଯୁବକଙ୍କ ଶରୀରର ଅନ୍ୟ ଅଂଶ ଗୁଡିକୁ ଖୋଜିବା ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/6-4.jpg)