କନକ ବ୍ୟୁରୋ: ଘଡଘଡି ଶବ୍ଦରେ କମ୍ପିଲା କୋରାପୁଟ ଜିଲ୍ଲା । ୨୦ ମିନିଟରେ ୧୬ହଜାର ୫୧୭ ଥର ବଜ୍ରପାତ । କୋରାପୁଟ ଜିଲ୍ଲାର ବୈପାରିଗୁଡା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡା,ନନ୍ଦପୁର ଓ କୁନ୍ଦୁରାରେ ବଜ୍ରପାତର ରୂପ ଦେଖିବାକୁ ମିଳିଛି । ୨୦ ମିନିଟରେ କୋରାପୁଟ ଜିଲ୍ଲାରେ ୧୬ ହଜାର ୫୧୭ ଥର ଆକାଶ ପ୍ରକମ୍ପିତ ହୋଇଛି । ଜିଲ୍ଲା ପ୍ରଶାସନ କ୍ଷୟକ୍ଷତିକୁ ଅପେକ୍ଷା କରିଛି ।
ଗତ କିଛିଦିନ ହେଲା ସନ୍ଧ୍ୟା ମାଡି ଆସିଲେ ଘଡଘଡି ଦେଖିବାକୁ ମିଳୁଛି । ଦାମିନି ଆପ୍ରେକର୍ଡ କହିିଛି ଗତକାଲି କାଳବୈଶାଖୀ ବେଳେ ପ୍ରାୟ ୨୦ ମିନିଟରେ କୋରାପୁଟ ଆକାଶରେ ୧୬ ହଜାର ୫୧୭ ଥର ବଜ୍ରପାତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ କୋରାପୁଟକୁ ସତର୍କ ସୂଚନା ରହିଥିବାବେଳେ ଅପରାହ୍ନରେ ହୋଇଥିବା ଘଡଘଡି ବେଶ ଘାତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ପୂର୍ବରୁ ୨୧ହଜାର ଥର ହୋଇଥିଲା ଘଡଘଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/th.jpg)