ଭୀଷଣ ଝଡ ତୋଫାନର ତାଣ୍ଡବ ! କୋରାପୁଟରେ ପ୍ରବଳ କୂଆପଥର ବର୍ଷା । ସେପଟେ କାଳବୈଶାଖୀ କାରଣରୁ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ୪୨ ମୃତ

Advertisment
ଭୀଷଣ ଝଡ ତୋଫାନର  ତାଣ୍ଡବ ! କୋରାପୁଟରେ ପ୍ରବଳ କୂଆପଥର ବର୍ଷା । ସେପଟେ କାଳବୈଶାଖୀ କାରଣରୁ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ୪୨ ମୃତ

କନକ ବ୍ୟୁରୋ: କୋରାପୁଟରେ ପୁଣି ଥରେ ପ୍ରବଳ କୁଆପଥର ବର୍ଷା । ଗତକାଲି ସଂନ୍ଧ୍ୟାରେ ଓ ରାତିରେ କୁଆପଥର ବର୍ଷା ହୋଇଛି । ଦାମନଯୋଡି ଓ ନାଲକୋ ମାଇନ୍ସରେ କୁଆ ପଥର ବର୍ଷା ହୋଇଛି । ଦୀର୍ଘ ସମୟ ଧରି ଲାଗିରହିଥିଲା ଝଡ ସହ କୁଆପଥର ବର୍ଷା । ଯାହା ଜାମ୍ମୁ-କାଶ୍ମୀର ପରି ଭ୍ରମ ସୃଷ୍ଟି କରୁଛି । ଗତ ବୁଧବାର ଦିନ କୋରାପୁଟ ବ୍ଲକର ଲିଟିଗୁଡାରେ କୁଆପଥର ବର୍ଷା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ସେହିପରି ବୁଧବାର ରାତିରେ ଦୀର୍ଘ ଚାରି ଘଣ୍ଟା ବ୍ୟାପୀ ପ୍ରଖର ପବନ ଓ ମୂଷଳଧାରାରେ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ୪୨ ଜଣଙ୍କର ମୃତ୍ୟୁ ହେବା ସହ ବହୁ ଅନେକ ଅଞ୍ଚଳ ଛାରଖାର ହୋଇ ଯାଇଛି। ରାଜସ୍ଥାନର ଭରତପୁର ଏବଂ ଢୋଲପୁରରେ ତାଣ୍ଡବ ରଚିବା ପୂର୍ବରୁ ଉତ୍ତର ପ୍ରଦେଶର ଆଗ୍ରା, ମଥୁରା ଏବଂ ଫିରୋଜାବାଦ ଜିଲ୍ଲାରେ ତୋଫାନ ଯୋଗୁଁ ଘର ଭାଙ୍ଗି ଯିବାରୁ ପିଲାଙ୍କ ସମେତ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ଘରର କାନ୍ଥ ଭାଙ୍ଗି ଯିବାରୁ ଅଧିକାଂଶ ମୃତ୍ୟୁ ଘଟିଛି। ଅଧିକାଂଶ ଘଟଣାରେ ପୀଡ଼ିତମାନେ ଶୋଇଥିଲେ। ଅନ୍ୟୂନ ୨୦୦ ଲୋକ ତୋଫାନରେ ଆହତ ହୋଇଛନ୍ତି ଏବଂ ପ୍ରାୟ ୬୦୦ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି।

ଆଗ୍ରାରେ ୧୪ ଜଣ ଲୋକ ମରିଥିବା ବେଳେ ମଥୁରା ଏବଂ ଫିରୋଜାବାଦରେ ୪ ଜଣ ଲେଖାଏଁ ମରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ପିଲା। ରାଜସ୍ଥାନରରେ ମୃତ୍ୟୁ ହୋଇଥିବା ୧୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପାଞ୍ଚ ଜଣ ପିଲା। ସେମାନେ ଢୋଲପୁରର। ଭରତପୁର  ଜିଲ୍ଲାରେ ମଧ୍ୟ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ମଥୁରା ଜିଲ୍ଲାର ଝୁରାବି ଗାଁ’ରେ ଏକ ବଖୁରିଆ ଘରର ଟିଣ ଛାତ ଭାଙ୍ଗି ପଡ଼ିବାରୁ ଭାଇଭଉଣୀ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ, ତୋଫାନ୍ ସମୟରେ ଦିନ ମଜୁରିଆ କାମ କରୁଥିବା ସେ ପିଲାମାନଙ୍କର ବାପାମାଆ ଘରେ ନ ଥିଲେ।

ଅଧିକାଂଶ ସ୍ଥାନରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇ ଯିବାରୁ ଉତ୍ତର ପ୍ରଦେଶର ବୃହତ୍ତର ଅଞ୍ଚଳ ଅନ୍ଧକାରଚ୍ଛନ ହୋଇ ପଡ଼ିଥିଲା। ତୋଫାନ୍ ଯୋଗୁଁ ଆଗ୍ରାର ୟୁପି ଡାଏଲ୍ ୧୦୦ କଣ୍ଟ୍ରୋଲ୍ ରୁମ୍ର ଛାତ ଭାଙ୍ଗି ଯିବାରୁ ଜଣେ ପୁଲିସ ଆହତ ହେବା ସହ ଯୋଗାଯୋଗ ଲାଇନ୍ ଅକାମି ହୋଇଯାଇଛି। ଆଗ୍ରା ଏବଂ ମଥୁରା ମଧ୍ୟ ଦେଇ ଯାଉଥିବା ୨୫ଟି ଟ୍ରେନର ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ଆଗ୍ରାରେ ମଇଁଷି ଓ ମେଣ୍ଢାଙ୍କ ସମେତ ଅନ୍ୟୂନ ୪୦ ଗୋରୁଙ୍କ ମୃତ୍ୟୁ ହେବା ସହ ଫିରୋଜାବାଦରେ ୫୦ ପଶୁଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe