କନକ ବ୍ୟୁରୋ: ଜଣେ ମାତ୍ର ଡାକ୍ତରଙ୍କ ଭରସାରେ ଚାଲିଛି ଡାକ୍ତରଖାନା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିପଡିଛି ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ପଦବୀ। ସେବା ନପାଇ ନିରାଶ ହୋଇ ଫେରୁଛନ୍ତି ରୋଗୀ। ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି।
ଆଖପାଖ ଅଞ୍ଚଳର ପ୍ରାୟ ଲକ୍ଷେରୁ ଉଦ୍ଧ୍ୱର୍ ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ୪୦ ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଏବେ ଏଠାରେ ବିଭିନ୍ନ ବିଭାଗରେ ମାତ୍ର ୧୦ ଜଣ କର୍ମଚାରୀ କାମ କରୁଛନ୍ତି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ଡାକ୍ତର ରୋଗୀ ଦେଖୁଥିବା ବେଳେ ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ସମେତ ଅନେକ ପଦବୀ ଖାଲି ପଡିଛି। ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଲାଭ ହେଉନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/vlcsnap-2024-07-29-10h17m35s480.png)