ଓଡିଶା ଉପକୂଳ ଆଡକୁ ମୁହାଁଇଛି ଫୋନୀ : ୨ ତାରିଖରୁ ବର୍ଷା, ୩ ତାରିଖରୁ ବଢିବ ପବନ । ପାଣିପାଗ ବିଶେଷଜ୍ଞଙ୍କ ସୂଚନା 

489

କନକ ବ୍ୟୁରୋ : ଡରାଉଛି ଫୋନି । ଭୀଷଣ ରୂପ ଧାରଣ କରୁଛି ସାମୁଦ୍ରିକ ଝଡ ଫୋନି । ‘ଫୋନି’କୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ସୂଚନା । ସେ କହିଛନ୍ତି, “କାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଫୋନି । ଓଡିଶା ଉପରେ କେତେ ପ୍ରଭାବ ପଡିବ କାଲି ସ୍ପଷ୍ଟ ହେବ । ୨ ତାରିଖ ଅପରାହ୍ନରୁ ୩ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ୬ଟି ଜିଲ୍ଲା- ଗଂଜାମ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି ।”

ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସଙ୍କ ସୂଚନାନୁସାରେ ଓଡିଶା ଉପକୂଳରେ ଫୋନିର ପ୍ରଭାବ ରହିବ । ୨ରୁ ୪ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ଓ ଉପକୂଳରେ ପ୍ରବଳ ବର୍ଷା ହେବ । ବର୍ଷା ସହିତ ୭୦ରୁ ୯୦ କିମି ବେଗରେ ପବନ ବହିବ । କେଉଁଠି ସ୍ଥଳଭାଗ ଛୁଇଁବ କାଲି ସ୍ପଷ୍ଟ ହେବ । ସ୍ଥଳଭାଗ ଛୁୂଇଁବା ବେଳେ ପବନର ବେଗ ୧୭୦ରୁ ୧୮୦ କିମି ରହିବ ବୋଲି ଆଶଙ୍କା କରାଯାଉଛି ।

‘ଫୋନି’କୁ ନେଇ ଆଇଏମଡି ଏଡିଜି ମୃତ୍ୟୁଂଜୟ ମହାପାତ୍ର ମଧ୍ୟ ସୂଚନା ଦେଇଛନ୍ତି । କହିଛନ୍ତି, ଫୋନି ଘନୀଭୂତ ହୋଇ ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେଇଛି । ପୁରୀରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁୂଇଁବା ବେଳେ ପବନର ବେଗ ୧୭୦ରୁ ୧୮୦ କିମି ରହିବ । ଆଗକୁ ବଢୁଛି ଫୋନି, ଆଶଙ୍କାରେ ଓଡିଶା । ଆସନ୍ତାକାଲି ସଂଧ୍ୟ ସାଢେ ୫ଟା ସୁଦ୍ଧା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ପରେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ । ଏବେ ଫୋନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ସାରିଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଫୋନି ବର୍ତ୍ତମାନ ସମୁଦ୍ର ଭିତରେ ଘଂଟା ପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଅର୍ଥାତ୍ ୧ ତାରଖ ସଂଧ୍ୟା ଠାରୁ ଫୋନି ଉତ୍ତର-ଉତ୍ତର ପୂର୍ବ ହୋଇ ଓଡିଶା ଉପକୂଳ ଦିଗରେ ଗତି କରିବ ବୋଲି ଅନୁମାନ କରୁଛି ଆଇଏମଡି । ୪ ତାରିଖ ସକାଳ ସାଢେ ୫ଟାରୁ ଏହା ଧିରେ ଧିର ଦୁର୍ବଳ ହେବ ।