ଉତ୍ତର ଭାରତରେ ହାଡଭଙ୍ଗା ଶୀତ : ଉତ୍ତରପ୍ରଦେଶରେ ଶୀତର ପ୍ରକୋପ କାରଣରୁ ଗୋଠିଏ ଦିନରେ ଆଖି ବୁଜିଲେ ୨୮ ଜଣ ଲୋକ

ଉତ୍ତର ଭାରତରେ ହାଡଭଙ୍ଗା ଶୀତ : ଉତ୍ତରପ୍ରଦେଶରେ ଶୀତର ପ୍ରକୋପ କାରଣରୁ ଗୋଠିଏ ଦିନରେ ଆଖି ବୁଜିଲେ ୨୮ ଜଣ ଲୋକ

ଉତ୍ତର ଭାରତରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଜଣାପଡିଛି। ଦିଲ୍ଲୀ, ହରିୟାଣା, ୟୁପି ସମେତ ଉତ୍ତର ଭାରତରେ ଶୀତ ପ୍ରକୋପରୁ ତ୍ରାହି ମିଳିନାହିଁ। ପ୍ରବଳ ଶୀତ କାରଣରୁ ୟୁପିରେ ଏପର୍ୟ୍ୟନ୍ତ ସୁଦ୍ଧା ୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଶୀତ ପ୍ରକୋପରେ ବୁନ୍ଦେଲଖଣ୍ଡ ଏବଂ ୟୁପିର ମଧ୍ୟ ଭାଗରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। କେବଳ କାନପୁର ସହରରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଫତେହପୁର ଏବଂ ଐରୋୟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଥଣ୍ଡା ଯୋଗୁ ବାନ୍ଦାରେ ଜଣେ ବୃଦ୍ଧଙ୍କ ଜୀବନ ଚାଲି ଯାଇଛି। ବୁନ୍ଦଲଖଣ୍ଡର ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିବା ବେଳେ ବହରାଇଚ୍ ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ଜଣାପଡିଛି। ଅନ୍ୟ କେତେକ ସହରର ତାପମାତ୍ରା ୨ରୁ ୭ ଡିଗ୍ରୀ ମଧ୍ୟରେ ରହିଛି। ଉତ୍ତର ଭାରତରେ ଆଉ କିଛି ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।publive-image

ଘନ କୁହୁଡି କାରଣରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଝାନ୍ସି ଓ ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସକୁ ଡିମେସ୍ବର ୨୫ରୁ ୨୮ ପର୍ୟ୍ୟନ୍ତ ବାତିଲ କରାଯାଇଛି। ଖରାପ ପାଗ ଯୋଗୁ ବିମାନ ଉଡାଣକୁ ମଧ୍ୟ ବାତିଲ କରାଯାଇଛି। ଆଠଟି ବିମାନର ଉଡାଣକୁ ବାତିଲ କରାଯାଇଥିବା ବେଳେ ୧୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe