କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ନେଇ ସତର୍କ କଲା ପାଣିପାଗ ବିଭାଗ । କଟକ ଓ ଭୁବନେଶ୍ୱରରେ ବର୍ଷା ନେଇ ସତର୍କତା । ଆଗାମୀ ୨ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ଚେତାବନୀ । ଘଣ୍ଟାପ୍ରତି ୧ରୁ ୨ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷିଲେ ୨ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ଆକଳନ କରାଯାଇଛି । ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Advertisment

ଆସନ୍ତାକାଲି ଉତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ରବିବାରଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁର ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।