ବିଧାନସଭାରେ ଆବସେଣ୍ଟ,ପାଟକୁରାରେ ଭିଡ: ଗୃହରେ ବିଧାୟକଙ୍କ ମରୁଡି; ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ

ସମୀର ଦାସଙ୍କ ବଦଳରେ ପଦ୍ମନାଭ ବେହେରା ଉତ୍ତର ରଖିବାକୁ ନେଇ ବିରୋଧୀ ବିଧାୟକ ଅସନ୍ତୁଷ୍ଟ; କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଉଠାଇଲେ ପ୍ରଶ୍ନ

126

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ପାଇଁ ଉଠୁଛି ପଡୁଛି ରାଜନୀତି । ପାଟକୁରାରରେ ଡେରା ପକାଇଛନ୍ତି ସବୁଦଳର ନେତା । ବିଧାନସଭାରେ ମନ୍ତ୍ରୀଙ୍କ ଏକପ୍ରକାର ମରୁଡି ଦେଖାଦେଇଛି । ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବଦଳରେ ଯୋଜନା ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଥିଲେ । ଏହାକୁ ନେଇ ଆଜି ବିରୋଧୀ ଗୃହରେ ଅସନ୍ତୋଷ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ ।

ତେବେ ବିଧାନସଭା ଏଭଳି ଅବସ୍ଥା ଆଜି କି କାଲି ନୁହେଁ ବରଂ ଗତ ତିନି ଦିନ ହେଲା ମନ୍ତ୍ରୀଙ୍କ ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳୁଛି । ଗୃହକୁ ଆସୁନାହାଁନ୍ତି ଅଧାରୁ ଅଧିକ ବିଧାୟକ । ତେବେ ଯେଉଁ ମନ୍ତ୍ରୀମାନଙ୍କର ପ୍ରଶ୍ନୋତ୍ତର ଓ ଖର୍ଚ୍ଚଦାବି ଆଲୋଚନା ରହୁଛି, ସେମାନେ ଉପସ୍ଥିତ ରହୁଛନ୍ତି। ପାଟକୁରା ନିର୍ବାଚନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଗୃହକୁ ଆସିପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ସଭ୍ୟ ଓ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବାହାରେ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରିକି ପାଟକୁରା ନିର୍ବାଚନ ସରିବା ଯାଏ ଗୃହକୁ ମୁଲତବୀ ରଖାଯାଉ ବୋଲି ବିରୋଧୀମାନେ କଟାକ୍ଷ କରିଛନ୍ତି।