କନକ ବ୍ୟୁରୋ: ବିଜେଡିରେ ମିଶିଲେ ଯାତ୍ରା କଳାକାର । ଯାତ୍ରା କଳାକାର ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପଣ୍ଡାଙ୍କ ସମେତ ୨୯ଜଣ କଳାକାର ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ସାରା ଓଡିଶାରୁ ୩ଶହ କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି ଏହି କଳାକାର । ବିଜେଡିରେ ସାମିଲ ହେବା ପରେ କଳାକାରମାନେ କହିଛନ୍ତି, ନବୀନଙ୍କ ନେୃତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଜଗନ୍ନାଥ ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦଳ ଆହୁରି ସୁଦୃଢ ହେବ ଓ ଏଥିସହ କଳା ଓ ସଂସ୍କୃତି ଆଗକୁ ଯିବ ବୋଲି କହିଛନ୍ତି କଳାକାର ।