କନକ ବ୍ୟୁରୋ: ଆଜି ତେଲେଙ୍ଗାନାର ସୂର୍ଯ୍ୟପେଟରେ ଚାଲିଥିବା ୪୭ତମ କନିଷ୍ଠ ଜାତୀୟ କବାଡି ଚାମ୍ପିଅନସିପରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପଡ଼ିଆରେ ଲଗାଯାଇଥିବା ଏକ ବଡ଼ ଷ୍ଟାଣ୍ଡ ବସିଥିବା ଲୋକଙ୍କ ଉପରେ ଖସିପଡ଼ିବାରୁ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଦୁର୍ଘଟଣା ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Advertisment

ତେଲେଙ୍ଗାନା କବାଡି ଆସୋସିଏସନ ସୂର୍ଯ୍ୟପେଟ ଜିଲ୍ଲାର କବାଡି ଆସୋସିଏସନ ସହ ମିଶି ଏହି କ୍ରୀଡା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଜି ଏହାର ଉଦଘାଟନ ହୋଇଥିବା ବେଳେ ସୂର୍ଯ୍ୟପେଟର ଏସପି ଅଫିସ୍ ପଡିଆରେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ତେବେ ଉଦଘାଟନ ଦିନ ଏଭଳି ଦୁର୍ଘଟଣା ଘଟିବା ପରେ କାର୍ଯ୍ୟକ୍ରମକୁ ରୋକାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ୨୯ଟି ରାଜ୍ୟରୁ ୧୫୦୦ରୁ ଅଧିକ ଅଂଶଗ୍ରହଣକାରୀ କବାଡି ଚାମ୍ପିଅନସିପରେ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ସିକ୍କିମ୍ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଉଛି।