କନକ ବ୍ୟୁରୋ : ସବୁକିଛି ସ୍ୱାଭାବିକ ଲାଗୁି କିନ୍ତୁ କିଛି ସମୟ ପରେ ହଠାତ୍ କିଛି ଅଟ୍ଟାଳିକ ତାସ୍ ର ପତା ପରି ଖସିପଡଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ କୁଲୁର । ଯେଉଁ ରାଜ୍ୟ କିଛି ମାସ ହେବ ଭୁସ୍ଖଳନର ବିପର୍ଯ୍ୟୟର ସାମ୍ନା କରୁଛି । ମାତ୍ର ୨୬ ସେକେଣ୍ଡ ଭିତରେ ଭୁଶୁଡ଼ିପଡ଼ିଛି ଅନେକ ଅଟ୍ଟାଳିକା । ଲଗାଣ ବର୍ଷା ଯୋଗୁଁ କୋଠାଟି ଦୁର୍ବଳ ହୋଇପଡ଼ିଥିଲା । ବିପଦ ସଙ୍କେତ ଅବସ୍ଥାରେ ଥିବା ଜାଣି ଏହି କୋଠାଗୁଡିକୁ ୩ ଦିନ ପୂର୍ବରୁ ଖାଲି କରି ଦେଇଥିଲା ପ୍ରଶାସନ ।

Advertisment

କିଛିଦିନ ପୂର୍ବରୁ ବାଦଲଫଟା ବର୍ଷାରେ ଥରହର ହୋଇଉଠିଥିଲା ହିମାଚଳପ୍ରଦେଶ । ରାସ୍ତାଘାଟ ,ଘରଦ୍ୱାର ଭୀଷଣ ମାତ୍ରାରେ ପ୍ରଭାବିତ ହେବା ସହ ବଡ ବଡ ଗଛଲତା ମଧ୍ୟ ଉପୁଡିପଡିଥିଲା । ଏବେ ମଧ୍ୟ ହିମାଚଳପ୍ରଦେଶର ବିଭିନ୍ନ କୋଣରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଯେଉଁଥିପାଇଁ ଲୋକମାନେ ନିଜର ଜରୁରୀ କାର୍ଯ୍ୟ କରିବାକୁ ଅସମର୍ଥ ହୋଇଛନ୍ତି । ବୁଧବାର ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେବା ପରେ ୧୧ ଜଣ ଲୋକଙ୍କ ଜୀବନ ଯାଇଛି । ସେହିପରି ରାଜ୍ୟରେ ୪୦୦ ରାସ୍ତା ଧୋଇଯାଇଛି । ଗୋଟିଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଯିବା କାଠିକର ପାଠ ହୋଇଛି । ଲଗାତର ଭାବେ ଭୂସ୍ଖଳନ ରାଜ୍ୟବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି ।

ରାଜ୍ୟରେ ୮ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା କୁହାଯାଉଥିବାବେଳେ ହିମାଚଳପ୍ରଦେଶର ଶାସକ ଦଳ ରାଜ୍ୟ ପାଇଁ ୧୦ ହଜାର କୋଟିର ସ୍ପେସାଲ ପ୍ୟାକେଜ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି ।