କନକ ବ୍ୟୁରୋ : ବର୍ଷାରେ ବେହାଲ ଭୁବନେଶ୍ୱର । ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପଳାଶୁଣୀ ଓ ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ଚାଲୁଛି ପାଣି । ସହର ସାରା ଜଳବନ୍ଦୀ ସ୍ଥିତି ଲାଗି ରହିଥିବା ବେଳେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଲୋକେ ଅଫିସ କାମ ହେଉ କିମ୍ବା ଦୈନ୍ୟନ୍ଦିନ କାମକୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Advertisment

ପ୍ରାଚୀବିହାର ଅଞ୍ଚଳରେ କେନାଲ ପାଣି ଏବଂ ରାସ୍ତା ଉପରେ ବର୍ଷା ପାଣି ଏକକାର ହୋଇଯାଇଛି । ଯାହା ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏକ ପ୍ରକାର ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ରାଜାଧାନୀରେ ଏଭଳି ସ୍ଥିତି ଆଜିର ନୁହେଁ ବର୍ଷା ହେଲେ ସବୁବେଳେ ଦେଖିବାକୁ ମିଳୁଛି । ଲଗାଣ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ସାମ୍ନାରେ ମଧ୍ୟ ପାଣି ଜମିଥିଲା । ସେହି ରାସ୍ତା ଦେଇ ଗାଡ଼ିି ଚଲାଇ ଯିବା-ଆସିବା ଅସମ୍ଭବ ହୋଇପଡ଼ିଥିଲା ।