ପ୍ରାୟ ୭୦ ବର୍ଷ ପରେ ବଦଳିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା । ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିର ପରିଚାଳନା । ଗଠନ ହେବ କମିଟି 

124

କନକ ବ୍ୟୁରୋ :କ୍ୟାବିନେଟ ନିଷ୍ପତି ପରେ ଉତ୍ସବ ମୁଖର ହୋଇ ଉଠିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ପରିସର । ପ୍ରାୟ ୧୦ ହଜାର ଦୀପ ଜାଳି ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ସେବାୟତ । କାରଣ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ହେବ ପରିଚାଳନା । ମନ୍ଦିରର ନୀତିକାନ୍ତିରେ ସୁଧାର ଆସିବ ଏବଂ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକଙ୍କ ପାଇଁ ଉନ୍ନତମାନର ବ୍ୟବସ୍ଥା ହୋଇପାରିବ ।

ଲିଙ୍ଗରାଜ ମନ୍ଦିର, ଏହାର ସଂପତି ଓ ପରିସର ଭିତରେ ଓ ବାହାରେ ଥିବା ମନ୍ଦିର ଓ ମଠର ପରିଚାଳନା ପାଇଁ ଗଠନ ହେବ ପରିଚାଳନା କମିଟି । ଏହି କମିଟି ହିଁ ଲିଙ୍ଗରାଜ ମନ୍ଦିରର ସମସ୍ତ କାର୍ଯ୍ୟ ସଂପାଦନ କରିବ । ଏହି ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି ।

ନଜର ପକାନ୍ତୁ କ’ଣ ରହିଛି ଅଧ୍ୟାଦେଶରେ?

ପରିଚାଳନା କମିଟି ଗଠନ

କମିଟିରେ କେତେ ସଦସ୍ୟ ରହିବେ

କମିଟିର ଦାୟିତ୍ୱ ଓ କ୍ଷମତା

ପରିଚାଳକଙ୍କ ଦାୟିତ୍ୱ ଓ କ୍ଷମତା

ସେବକମାନଙ୍କ ଭୂମିକା ଓ ଦାୟିତ୍ୱ

ମନ୍ଦିରର ସମସ୍ତ ସଂପତ୍ତିର ସୁରକ୍ଷା ଓ ପରିଚାଳନା

ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା

୧୯୫୧ରୁ ଦେବୋତର ବିଭାଗ ଅଧୀନରେ ରହି ଆସିଛି ଲିଙ୍ଗରାଜ ମନ୍ଦିର । ମନ୍ଦିରର ଉନ୍ନତି ପାଇଁ ଶ୍ରୀମନ୍ଦିର ଢାଂଚାରେ ପରିଚାଳନା ପାଇଁ ନିଷ୍ପତି ନେଇଛନ୍ତି ସରକାର ।