କନକ ବ୍ୟୁରୋ : ଉପକୂଳ ଆଡକୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ବାତ୍ୟା ମୁକାବିଲା କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍ । ଗୌହାଟୀ, ଗୁଜୁରାଟ, ଜାମୁନଗରରୁ ୧୫୪ ଜଣ ପହଞ୍ଚିଲେ । ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହେବେ ।
ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ବଳ ଗୋଟାଇବା ସହ ଧୀରେ ଧୀରେ ଆଗକୁ ବଢୁଛି । ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ପାରାଦ୍ୱୀପ ଠାରୁ ୫୩୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/26-5.jpg)