ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନ ପ୍ରଥମ ସୋ’ ଦେଖିବାର ସଉକ ଏବେ ୭ଜଣ ସବ୍-ଇନ୍ସପେକ୍ଟରଙ୍କୁ ଭାରି ପଡ଼ିଛି । ବିଭିନ୍ନ ପୁଲିସ ଷ୍ଟେସନର ୭ଜଣ ସବ୍-ଇନ୍ସପେକ୍ଟର ଭଲ ବନ୍ଧୁ ହୋଇଥିବା ବେଳେ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯିବା ସେମାନଙ୍କୁ ଭାରି ପଡ଼ିଛି । ଫିଲ୍ମ ଦେଖୁଥିବା ସମୟରେ ୭ଜଣ ବନ୍ଧୁ ସେଲଫି ନେଇ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଏବେ ୭ଜଣଙ୍କ ଉପରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ୭ଜଣ ବୁଧବାର ସକାଳ ସମୟରେ କୁର୍ଣ୍ଣୁଲ ଜିଲ୍ଲାରେ ଥିବା ସିନେମା ହଲରେ ପହଞ୍ଚିଥିଲେ । ଫିଲ୍ମ ଦେଖି ସେଲଫି ନେବା ସହ ସୋସିଆଲ ମିଡିଆରେ ସେୟାର କରିବା ପରେ ଫଟୋ ଉପରେ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କ ନଜର ପଡ଼ିଥିଲା । ଯାହା ପରେ ୭ ଜଣଙ୍କୁ କୁର୍ଣ୍ଣୁଲର ଜିଲ୍ଲା ମୁଖ୍ୟାଳୟକୁ ଡ଼କାଇ କ’ଣ ପାଇଁ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯାଇଥିଲ ବୋଲି ପ୍ରଶ୍ନ କରାଯାଇଥିଲା । ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଏବେ ସେମାନଙ୍କୁ କୌଣସି କାମ ନ ଦେଇ ଖାଲି ବସାଇ ଦିଆଯାଇଥିବା ଜଣା ପଡ଼ିଛି । ଏ ମାମଲାକୁ ନେଇ ଏବେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ମିଳିବା ପରେ ହିଁ ୭ ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୁଲିସ ଅଧୀକ୍ଷକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/Kurnool-SI-SyeRaaNarasimhaReddy.jpg)
/kanak/media/post_attachments/wp-content/uploads/2019/10/images-1-300x138.jpg)