କନକ ବ୍ୟୁରୋ: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ନିର୍ଦ୍ଧାରଣମାନ ମଧ୍ୟରେ ରହୁନାହିଁ । ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଂଟ୍ ସିଟିର ଆଖ୍ୟା ଦିଆଯାଇଛି । ଏହି ସହରର ବାୟୁମଣ୍ଡଳରେ PM10 ଓ PM 2.5ର ମାତ୍ରା ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି ବୋଲି ମଙ୍ଗଳବାର ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଯାହା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି ।
ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଉପରୋକ୍ତ ସହରଗୁଡିକରେ SO2 ଓ NOxର ମାତ୍ରା ଠିକ୍ ରହୁଛି ହେଲେ PM10 ଓ PM 2.5ର ମାତ୍ରା ଅଧିକ ରହୁଛି । ସହରର ଯାନବାହାନ ଚଳାଚଳ ତଥା ଅନ୍ୟାନ୍ୟ କାରଣରୁ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଏଥିସହ ଏଥିପାଇଁ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/13-26.jpg)