ମଥୁରାରେ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ : ଯମୁନା ଏକ୍ସପ୍ରେସ ୱେରେ ଡିଜେଲ ଟ୍ୟାଙ୍କରକୁ ପିଟିଲା ଇନୋଭା କାର

58

କନକ ବ୍ୟୁରୋ : ଯମୁନା ଏକ୍ସପ୍ରେସ ୱେରେ ଡିଜେଲ ଟ୍ୟାଙ୍କରକୁ ପିଟିଲା ଇନୋଭା କାର । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ।ବିଳମ୍ବିତ ରାତ୍ରରେ ନୌଝିଲ୍‌ ଥାନା ନିକଟ ଯମୁନା ଏକ୍ସପ୍ରେସ ୱେରେ ଗୋଟାଏ ତେଲ ଟ୍ୟାଙ୍କର୍‌ ଏକ କାର୍‌ ସହ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ମଥୁରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୌରବ ଗ୍ରୋଭର୍‌ଙ୍କ କହିବା ଅନୁସାରେ, ଦୁର୍ଘଟଣାଟି ଭୟଙ୍କର ଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ୭ଜଣଙ୍କ ପ୍ରାଣହାନୀ ଘଟିଛି । ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ତେଲ ଟ୍ୟାଙ୍କର୍‌ଟି ଆଗ୍ରା ଆଡ଼କୁ ଯାଉଥିଲା। ପ୍ରାଥମିକ ତଦନ୍ତ ଅନୁସାରେ, ଟ୍ୟାଙ୍କରଟି ରାସ୍ତାର ଡିଭାଡର୍‌ ସହ ଧକ୍କା ଖାଇଥିଲା । ଏହି ଧକ୍କା ସମୟରେ କାର୍‌ଟି ଡିଭାଇଡର୍‌ ଓ ଟ୍ୟାଙ୍କର୍‌ ମଝିକୁ ଚାଲି ଆସିଥିଲା । ଘଟଣାସ୍ଥଳରେ ହିଁ କାର୍‌ରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସଂକ୍ରାନ୍ତରେ ମୃତବ୍ୟକ୍ତିମାନଙ୍କ ଆତ୍ମୀୟମାନଙ୍କୁ ଅବଗତ କରାଯାଇଛି । ଶବଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଥିବା କଥା ଏସ୍‌ଏସ୍‌ପି କହିଛନ୍ତି ।