ମହାମାରୀରେ ୭ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି; ସେପଟେ ଗଞ୍ଜାମରେ ସର୍ବାଧିକ ୧୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା 

Advertisment
ମହାମାରୀରେ ୭ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି; ସେପଟେ ଗଞ୍ଜାମରେ ସର୍ବାଧିକ ୧୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା 

କନକ ବ୍ୟୁରୋ : ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା । ସମ୍ବଲପୁରରୁ ସର୍ବାଧିକ ୩, ବରଗଡ଼ରୁ ୨, ଭଦ୍ରକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ସମ୍ବଲପୁରର ୬୦ ବର୍ଷୀୟା ମହିଳା, ୫୮ ଓ ୭୫ ବର୍ଷୀୟ ପୁରୁଷ ମୃତ । ବରଗଡ଼ର ୬୫ ବର୍ଷୀୟ ପୁରୁଷ ଓ ୭୬ ବର୍ଷୀୟା ମହିଳା ମୃତ ଭଦ୍ରକର ୬୦ ବର୍ଷୀୟ ପୁରୁଷ, ଭୁବନେଶ୍ବରର ୬୨ ବର୍ଷୀୟ ପୁରୁଷ ମୃତ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ।publive-image

ସେପଟେ, ଆଜି ରାଜ୍ୟରେ ସର୍ବାଧିକ ୩୩ ଶହ ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୧ ଶହ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୨୧୨୮ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe