ମହାମାରୀରେ ୭ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି; ସେପଟେ ଗଞ୍ଜାମରେ ସର୍ବାଧିକ ୧୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା 

153

କନକ ବ୍ୟୁରୋ : ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା । ସମ୍ବଲପୁରରୁ ସର୍ବାଧିକ ୩, ବରଗଡ଼ରୁ ୨, ଭଦ୍ରକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ସମ୍ବଲପୁରର ୬୦ ବର୍ଷୀୟା ମହିଳା, ୫୮ ଓ ୭୫ ବର୍ଷୀୟ ପୁରୁଷ ମୃତ । ବରଗଡ଼ର ୬୫ ବର୍ଷୀୟ ପୁରୁଷ ଓ ୭୬ ବର୍ଷୀୟା ମହିଳା ମୃତ ଭଦ୍ରକର ୬୦ ବର୍ଷୀୟ ପୁରୁଷ, ଭୁବନେଶ୍ବରର ୬୨ ବର୍ଷୀୟ ପୁରୁଷ ମୃତ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ।

ସେପଟେ, ଆଜି ରାଜ୍ୟରେ ସର୍ବାଧିକ ୩୩ ଶହ ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୧ ଶହ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୨୧୨୮ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି ।

Comments are closed.