୭ ମାସ ବିତିଗଲା, ହେଲେ ଦିଗପହଣ୍ଡିର ପୀଡ଼ିତାଙ୍କୁ ମିଳିଲା ନାହିଁ ନ୍ୟାୟ । ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ମାମଲା ରୁଜୁ କରି ଚୁପ ବସିଛି ପୋଲିସ ପ୍ରଶାସନ 

111

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କେ ନୂଆ ଗାଁ ଥାନା ଅଂଚଳର ଏହି ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି, ଯାହା ବୋଧହୁଏ ଆଉ କାହା ସହ ହୋଇନଥିବ । ଅଭିଯୋଗ ଅନୁସାରେ ପୀଡିତାଙ୍କୁ ଗଣଦୁଷ୍କର୍ମ କରି ପାଣିରେ ବୁଡାଇ ମାରି ଦିଆଯାଇଛି । ଘଟଣାକୁ ୭ମାସ ବିତି ଗଲାଣି କିନ୍ତୁ ଏହି ଘଟଣାରେ ବେଧଡକ ବାହାରେ ବୁଲୁଛନ୍ତି ଅପରାଧୀ । କାରଣ ପୁଲିସ ପ୍ରଶାସନ ଚୁପ ବସିଛି ।

ମେ ୧୦ ତାରିଖରେ ମାଆଙ୍କ ସହ ବିଲକୁ ଯାଇଥଲେ ପୀଡିତା । ବିଲରେ ମାଆଙ୍କୁ ଛାଡି ପାଖ ନଈକୁ ଗାଧୋଇବାକୁ ଯାଇଥିଲେ । କିଛି ସମୟ ପରେ ତାଙ୍କର ଚିକ୍ରାର ଶୁଣି ନଈକୁ ଧାଇଁଯାଇଥିଲେ ମା । ନଈରେ ଝିଅର ଉଲଗ୍ନ ମୃତଦେହ ଭାସୁଥିବା ଦେଖି ତାଙ୍କ ପାଦ ତଳର ମାଟି ଖସିଯାଇଥିଲା । ଏନେଇ କେନୂଆ ଗାଁ ଥାନାରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ ପରିବାର । ହେଲେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ରଫାଦଫା କରିବାକୁ ଚେଷ୍ଟା କରିଥିଲା ।

ସେପଟେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ଅଭିଯୋଗ ଆଣି ପୀଡିତାଙ୍କ ନ୍ୟାୟ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଛି ଦିଗପହଣ୍ଡି ବିଜେପି । ମାମାଲର ସିବିଆଇ ତଦନ୍ତ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି ଚେତେଇ ଦେଇଛି ।