କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ଏନକାଉଂଟର । ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ୩ଜଣ ଡିଆରଜି ଯବାନ ଆହତ ମଧ୍ୟ ହୋଇଛନ୍ତି । ଶୁକ୍ରବାର ନାରାୟଣପୁର, କୋଣ୍ଡାଗାଓଁ, ଦାନ୍ତେୱାଡା, ବସ୍ତର ଅଞ୍ଚଳର ଡିଆରଜି ଏବଂ ଆଇଟିବିପି ୪୫ ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପ୍ରଥମ ଗୁଳିମାଡ଼ କରିଥିଲେ ନକ୍ସଲ । ଆଉ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ଯେଉଁଥିରେ ୭ ମାଓବାଦୀ ନିହତ ହୋଇଛନ୍ତି । ସମସ୍ତ ମୃତଦେହ ଜବତ କରାଯାଇଛି । ସେପଟେ ଆହତ ୩ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ।