ସପିଂ ମଲ୍ ବାଥରୁମରେ ପଡି ରହିଥିଲା ଲକ୍ଷ ଲକ୍ଷ ଟଙ୍କାର ୧ ହଜାର ଓ ୫୦୦ ଟଙ୍କିଆ ପୁରୁଣା ନୋଟ୍ ! କେଉଁଠୁ ଆସିଲା ଏତେ ଅଚଳ ଟଙ୍କା ?

33

ସପିଂ ମଲରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ପୁରୁଣା ନୋଟ୍ । ନୋଏଡା ସହରର ନାମିଦାମୀ ଡିଏଲଏଫ୍ ମଲର ମହିଳା ୱାସରୁମରୁ ସାତ ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ ହେବା ପରେ ମଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେକ୍ଟର ୧୮ ସ୍ଥିତ ମଲର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦର୍ଶାଇ କୌଣସି ଜଣେ ମହିଳା ଏହି ଟଙ୍କାକୁ ଡଷ୍ଟବିନରେ ପକାଇ ଫେରାର ହୋଇଯାଇଥିଲେ ।

ସେପଟେ ମଲ୍ କର୍ତ୍ତୃପକ୍ଷ ସୁରକ୍ଷାରେ ତ୍ରୁଟି ଥିବା କଥାକୁ ଅସ୍ୱୀକାର କରିବା ସହ ତଦନ୍ତ ନିର୍ଦ୍ଦେଶ ଦେବା ନେଇ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ମଲ୍ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇବା ପରେ ପୁରୁଣା ୧ହଜାର ଏବଂ ୫୦୦ ଟଙ୍କିଆ ନୋଟକୁ ଜବତ କରିଛି । ସେକ୍ଟର ୨୦ କୋତବାଲି ପୋଲିସର କହିବା କଥା, ଜଣେ ମହିଳା ଏକତ ବ୍ୟାଗ୍ ସହ ବାଥରୁମକୁ ଯାଉଥିବାର ଦୃଶ୍ୟ ସିସିଟିଭିର କ୍ୟାମେରାରେ କଏଦ ହୋଇଛି ।

ପୁରୁଣା ନୋଟ୍ ଜବତ ହେବା ସୂଚନା ଆରବିଆଇକୁ ଦେବା ସହ ମହିଳାଙ୍କର ସନ୍ଧାନ କରାଯାଉଛି । ତେବେ ଏହି ଘଟଣା ସେପ୍ଟେମ୍ବର ୨୬ ତାରିଖର ଅଟେ । ପୋଲିସର କହିବା କଥା, ବାଥରୁମ ସଫା କରିବା ପାଇଁ ଯାଇଥିବା ମହିଳା କର୍ମଚାରୀ ପ୍ରଥମେ ଏହି ୧୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ପୁରୁଣା ନୋଟକୁ ଦେଖିବା ପରେ ମଲ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ ।