କନକ ବ୍ୟୁରୋ : ଦଶରେ କରୋନା ମୃତ୍ୟୁ ସଂଖ୍ୟା ୫୩ ହଜାର ଟପିଲା । ଗତ ୨୪ ଘଂଟାରେ ୯୭୭ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬ରେ ପହଂଚିଛି । ଗତ ୨୪ ଘଂଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୬ରେ ପହଂଚିଛି । ୨୦ ଲକ୍ଷ ୯୬ ହଜାର ୬୬୪ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ଅଛନ୍ତି ୬ ଲକ୍ଷ ୮୬ ହଜାର ୩୯୫ ଜଣ । ଏବେବି ସଂକ୍ରମିତ  ତାଲିକାରେ ପ୍ରଥମରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୩୩ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ରହିଛି ।

Advertisment

ଭାରତର ଏକ ବେସରକାରୀ ଲାବୋରେଟୋରି ପକ୍ଷରୁ କୁହାଯାଇଛି ଯେ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨.୭୦ ଲକ୍ଷ ‌ଆଣ୍ଟିବଡି ପରୀକ୍ଷା କରାଯାଇଛି। ପରୀକ୍ଷଣରୁ ଜଣାପଡ଼ିଛି ଯେ ହାରାହାରି ୨୬ ପ୍ରତିଶତ ଲୋକଙ୍କ ନିକଟରେ ଆଣ୍ଟିବଡି ରହିଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ୩.୨୬ କୋଟି କରୋନା ପରୀକ୍ଷଣ ହୋଇ ସାରିଛି। ଦେଶରେ ସମୁଦାୟ ୨୦ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ରହିଛି।