ତାତିରୁ ନାହିଁ ନିସ୍ତାର । ୪୧ ଡିଗ୍ରୀ ଟପିଲା ରାଜ୍ୟର ୭ ସହର । ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ଆକଳନ

257

କନକ ବ୍ୟୁରୋ: ଦିନର ତାପମାତ୍ରା ବଢ଼ୁଛି । ଏଥିସହ ତାତିରେ ଆଉଟୁପାଉଟୁ ହେଉଛି ସାରାରାଜ୍ୟ । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଷ୍ମ-ଆର୍ଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ମ ରାତି ପରିସ୍ଥିତି ଲାଗି ରହିବ । ୪ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପଟେ ଲଗାତାର ଦ୍ୱିତୀୟ ଦିନ ପାଇଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ରେକର୍ଡ ଭାଙ୍ଗିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୪୧.୫, ବୈାଦ୍ଧରେ ୪୧.୪, ଭବାନୀପାଟଣାରେ ୪୧.୨, ନୟାଗଡ଼, ବଲାଙ୍ଗୀର ଓ ତାଳଚେରରେ ୪୧ ଡିଗ୍ରୀ, ଅନୁଗୁଳରେ ୪୦.୭ ଓ ଝାରସୁଗୁଡ଼ାରେ ୪୦.୩ ଡିଗ୍ରୀ ରେକର୍ଡ ହୋଇଛି ।