ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭଦ୍ରକ ବିଝାରପୁରରେ ରେଳଧାରଣରୁ ଖସିଲା କୋଇଲା ବୋଝେଇ ମାଲବାହୀ ଟ୍ରେନର ୮ଟି ବଗି

ଧାମରାରୁ ଖଡଗପୁର ଯିବା ବେଳେ ଅଘଟଣ

332

କନକ ବ୍ୟୁରୋ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭଦ୍ରକ ଧାମରା ରେଳଲାଇନ ପାଳିଆର ବିଂଝାରପୁରରେ କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଲାଇନ ଚ୍ୟୁତ ହୋଇ ୮ଟି ବଗି ଅଲଗା ଅଲଗା ହୋଇଯାଇଛି । ଧାମରାରୁ ଖଡଗପୁର ଯିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଭଦ୍ରକ -ଧାମରା ରେଳପଥରେ ଗତକାଲି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ୮ ବଗି ଲାଇନଚ୍ୟୁତ ହୋଇଛି। ଧାମରା ବନ୍ଦର କମ୍ପାନୀ (ଆଦାନୀ)କୁ କୋଇଲା ବୋଝେଇ ହୋଇ ଟ୍ରେନଟି ଭଦ୍ରକ ଅଭିମୁଖେ ଯାଉଥିବାବେଳେ ତିହିଡ଼ି ଥାନା ଅନ୍ତର୍ଗତ ବିଂଝାରପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଜଣା ପଡ଼ି ନ ଥିବା ବେଳେ କମ୍ପାନୀ ପକ୍ଷରୁ ଏବଂ ଖୋର୍ଦ୍ଧା ରୋଡରୁ ଉଦ୍ଧାରକାରୀ ଦଳ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।