କନକ ବ୍ୟୁରୋ : ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ମାସ୍କ । ଓଡ଼ିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ଏହି ସ୍ୱତନ୍ତ୍ର ମାସ୍କ ତିଆରି କରାଯିବ । ତିନି ରଥର ରଙ୍ଗ ଆଧାରରେ ତିନି ପ୍ରକାର ଡିଜାଇନର ମାସ୍କ ତିଆରି ହେବ । ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗର ମାସ୍କ ତିଆରି କରିବାକୁ ବୟନିକାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ରଥଯାତ୍ରା ସମୟରେ ସେବାୟତଙ୍କୁ ୫୦୦ ମାସ୍କ ଯୋଗାଇଦେବାକୁ ବୟନିକାକୁ କୁହାଯାଇଛି । ଏପରିକି ହସ୍ତତନ୍ତ ବସ୍ତ୍ର ତିଆରି କରି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବୟନିକା ମଧ୍ୟ ଶ୍ରୀମନ୍ଦିର ସେବାୟତଙ୍କୁ ଏହି ସେବା ଯୋଗାଇ ଦେବାକୁ ଆଗେଇ ଆସିଛି । ରଥଯାତ୍ରା ପୂର୍ବରୁ ୫୦୦ ସ୍ୱତନ୍ତ୍ର ମାସ୍କ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବୟନିକା ପକ୍ଷରୁ କୁହାଯାଇଛି । ଆଉ ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବୟନିକା ।