କନକ ବ୍ୟୁରୋ: ହାଫ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇ ଦେଲେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଗଲେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପାଇଁ ସଚେତନତା ଚାଲିଥିବା ବେଳେ ସିଂହଦ୍ୱାର ନିକଟରେ ଆଜି ଏପରି ଘଟିଥିଲା । ଭକ୍ତଙ୍କୁ ଧୋତି ପିନ୍ଧାଇ ଶ୍ରୀମନ୍ଦିରର ପରମ୍ପରା ଓ ନିୟମ ସଂପର୍କରେ ନିୟମ ସଂପର୍କରେ ଜଣାଇଛନ୍ତି ସେବାୟତ । ନୂଆ ବର୍ଷରେ ଡ୍ରେସ କୋଡ୍ କଡ଼ାକଡ଼ି ହେବ, ତେବେ ଆଜି ସାମୟିକ ଭାବେ କଟକଣା ଲାଗୁ କରାଯାଇଛି । ସଚେତନ କରିବା ପାଇଁ ମନ୍ଦିର ପୁଲିସକୁ ସହଯୋଗ କରିଛନ୍ତି ସେବାୟତ । ନେପାଳରୁ ଆସିଥିବା ଦୁଇ ଶ୍ରଦ୍ଧାଳୁ କଟକଣା ସଂପର୍କରେ ଜାଣିବା ପରେ ଧୋତି କିଣି ପିନ୍ଧିବା ପରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।
୨୦୨୪ ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ପୋଷାକ କଟକଣା ଲାଗୁ ହେବ । ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ନିଯୋଗ, ଜିଲ୍ଲା ପ୍ରଶାସନ, ହୋଟେଲ୍, ଲଜିଂ ମାଲିକଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଶ୍ରୀମନ୍ଦିରରେ କାର୍ଯ୍ୟରତ ଜେଟିପି ବା ଜଗନ୍ନାଥ ଟେମ୍ପଲ ପୁଲିସ ପକ୍ଷରୁ ଭକ୍ତଙ୍କୁ ପ୍ରତିଦିନ ସଚେତନ କରାଯାଉଛି । ତେବେ ଆଜି ଯେଉଁମାନେ ନିୟମ ମୁତାବକ ପୋଷାକ ପରିଧାନ କରି ଆସିନଥିଲେ, ସେମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିନାହିଁ । ଦୁଇ ମାସ ପୂର୍ବରୁ ଏପରି ପଦକ୍ଷେପକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।
ତେବେ ସିଂଦ୍ୱଦ୍ୱାରରେ ମହିଳା ପୁଲିସ ମୁତୟନ ଓ ମହିଳା ଜେଟିପି ନିଯୁକ୍ତି ନହେଲେ ମହିଳା ଭକ୍ତଙ୍କୁ ପୋଷାକ ସଂପର୍କରେ କିଏ ଅବଗତ କରାଇବ ବୋଲି ପୁଣିଥରେ ପ୍ରଶ୍ନ ଉଠିଛି ।